କନକ ବ୍ୟୁରୋ: ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ହରିୟାଣା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ନେଇ ପ୍ରତ୍ୟେକ ଦିନ ସାମ୍ନାକୁ ଆସୁଛି ଚାଞ୍ଚଲ୍ୟକର ତଥ୍ୟ । ଏବେ ତଦନ୍ତକାରୀ ସଂସ୍ଥା ହାତରେ ଲାଗିଛି ଜ୍ୟୋତିଙ୍କ ଡାଏରି । ଜ୍ୟୋତିଙ୍କ ଡାଏରିର କିଛି ପୃଷ୍ଠାରେ ରହିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଏଥିରେ ଜ୍ୟୋତିଙ୍କ ପାକ୍ ପ୍ରେମ ସଫା ସଫା ଦେଖିବାକୁ ମିଳୁଛି । ନିଜ ୧୦ ଦିନିଆ ପାକିସ୍ତାନ ଗସ୍ତରେ ପାକିସ୍ତାନ ଲୋକଙ୍କ ପ୍ରଶଂସା କରି ଡାଏରିରେ ଉଲ୍ଲେଖ କରିଛନ୍ତି ଜ୍ୟୋତି । ସେପଟେ ଫରେନ୍ସିକ୍ ଯାଞ୍ଚ ବେଳେ ଜ୍ୟୋତିଙ୍କ ମୋବାଇଲରୁ ଭାରତୀୟ ସେନା ସହ ଜଡ଼ିତ ତଥ୍ୟ ହସ୍ତଗତ ହୋଇଛି । ସେହିପରି ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନୀ ଦୂତାବାସ ଅଧିକାରୀଙ୍କ ସହ କରିଥିବା ହ୍ବାଟ୍ସଆପ୍ ଚାଟିଂ ମଧ୍ୟ ଜ୍ୟୋତି ଡିଲିଟ୍ କରିଥିବା ଫରେନ୍ସିକ ଯାଞ୍ଚ ବେଳେ ଜଣାପଡିଛି । ଜ୍ୟୋତି ସାଇରନ୍ ବାଜିବାଠାରୁ ଆରମ୍ଭ କରି ପ୍ରାଶାସନିକ ଅଧିକାରୀଙ୍କୁ ପଠାଯାଇଥିବା ବ୍ଲାକ୍ଆଉଟ୍ ସଂକ୍ରାନ୍ତ ସବୁ ତଥ୍ୟ ପାକ୍ ଅଧିକାରୀଙ୍କ ସହ ସେୟାର କରିଥିଲେ ଜ୍ୟୋତି । ଯାହାକୁ ପରେ ଡିଲିଟ୍ କରିଦେଇଥିଲେ । ମାତ୍ର ଏବେ ଫରେନ୍ସିକ୍ ଯାଞ୍ଚ ପରେ ଧୀରେଧୀରେ ଜ୍ୟୋତିଙ୍କ ସବୁ ହରକତ୍ ଧରାପଡ଼ୁଛି ।
ଜ୍ୟୋତିଙ୍କ ପାକ୍ ପ୍ରେମର ତଥ୍ୟ, ଡାଏରି ଖୋଲିବ ଗୁମର
Advertisment
Follow Us