‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ ବିବାଦ: ଆଶିଷ ଚଞ୍ଚଲାନିଙ୍କ ବଡ଼ ବୟାନ, ରଣବୀର ଆଲ୍ଲାହାବାଦିଆଙ୍କୁ ନେଇ କହିଲେ…

Advertisment

ଆଶିଷ ଚଞ୍ଚଲାନି ଏକ ଖୁଲାସା କରିଛନ୍ତି । କହିଛନ୍ତି ବିବାଦ ପରେ ପୁଲିସ ପ୍ରଥମେ ମୋ ପାଖକୁ ଆସିଥିଲା । ବିବାଦ ଉପରେ ନିଜର ମତ ରଖି ୟୁଟ୍ୟୁବର ରଣବୀର ଆଲ୍ଲାହାବାଦିଆଙ୍କ ବିଷୟରେ ଏକ ବଡ଼ କଥା କହିଛନ୍ତି ।

ଆଶିଷ ଚଞ୍ଚଲାନି ଏକ ଖୁଲାସା କରିଛନ୍ତି । କହିଛନ୍ତି ବିବାଦ ପରେ ପୁଲିସ ପ୍ରଥମେ ମୋ ପାଖକୁ ଆସିଥିଲା । ବିବାଦ ଉପରେ ନିଜର ମତ ରଖି ୟୁଟ୍ୟୁବର ରଣବୀର ଆଲ୍ଲାହାବାଦିଆଙ୍କ ବିଷୟରେ ଏକ ବଡ଼ କଥା କହିଛନ୍ତି ।

E 24-Asish Chanchlani

କନକ ବ୍ୟୁରୋ: ପ୍ରସିଦ୍ଧ ୟୁଟ୍ୟୁବର ଏବଂ ସୋସିଆଲ ମିଡିଆ ତାରକା ଆଶିଷ ଚଞ୍ଚଲାନି ପୁଣିଥରେ ଚର୍ଚ୍ଚା ପରିସରରେ ରହିଛନ୍ତି । ଏଥର ସେ ନିଜର କୌଣସି ୟୁଟ୍ୟୁବ୍ ଭିଡିଓ ପାଇଁ ନୁହେଁ, ବରଂ ଏକ ବିବାଦୀୟ ପ୍ରସଙ୍ଗରେ ଦେଇଥିବା ବୟାନ ପାଇଁ ଚର୍ଚ୍ଚାରେ ଅଛନ୍ତି । ସେ 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ' ବିବାଦ ଉପରେ ନିଜର ମତ ରଖି ୟୁଟ୍ୟୁବର ରଣବୀର ଆଲ୍ଲାହାବାଦିଆଙ୍କ ବିଷୟରେ ଏକ ବଡ଼ କଥା କହିଛନ୍ତି । 

କ’ଣ କହିଲେ ଆଶିଷ ଚଞ୍ଚଲାନି?
ଫରିଦୁନ୍ ଶହରିୟାରଙ୍କ ଏକ ଟକ୍ ସୋ'ରେ ଆଶିଷ ଚଞ୍ଚଲାନି 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ' ବିବାଦ ଉପରେ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ ବିବାଦ ପରେ ପୁଲିସ ସର୍ବପ୍ରଥମେ ତାଙ୍କ ପାଖରେ ପହଞ୍ଚିଥିଲା, କାରଣ ସେହି ସମୟରେ ପ୍ୟାନେଲରେ ଥିବା ଅନ୍ୟ ସଦସ୍ୟମାନେ ସହରରେ ନଥିଲେ କିମ୍ବା ସେମାନଙ୍କ ସହ ଯୋଗାଯୋଗ ହୋଇପାରୁନଥିଲା ।

ଆଶିଷଙ୍କ କହିବା ଅନୁଯାୟୀ, "ସେହି ସମୟରେ ସମୟ ରୈନା ଭାଙ୍କୁଭରରେ(Vancouver) ଥିଲେ, ପୁଲିସ ଅପୂର୍ବା ମଖୀଜାଙ୍କୁ ଖୋଜି ପାଉନଥିଲା ଏବଂ ସେ ମଧ୍ୟ ଡରି ଯାଇଥିଲେ । ରଣବୀର ଆଲ୍ଲାହାବାଦିଆ ମଧ୍ୟ ଅନ୍ତର୍ଦ୍ଧାନ ହୋଇଯାଇଥିଲେ । ତେଣୁ ବାନ୍ଦ୍ରାରେ କେବଳ ମୁଁ ହିଁ ଥିଲି ଏବଂ ପୁ ଲିସ ମୋ ଠିକଣା ଜାଣିଥିବାରୁ ସେମାନେ ପ୍ରଥମେ ମୋ ପାଖକୁ ଆସି ମୋ ବୟାନ ରେକର୍ଡ କରିଥିଲେ" । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେହି ଦୁଇ ମାସ ସୋ' ସହ ଜଡ଼ିତ ରହିବା ସମସ୍ତଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ଥିଲା । ରଣବୀରଙ୍କ ବିବାଦୀୟ ମନ୍ତବ୍ୟ, ଯେଉଁଥିପାଇଁ ଏହି ପୂରା ବିବାଦ ସୃଷ୍ଟି ହୋଇଥିଲା, ସେ ବିଷୟରେ ଆଶିଷ କହିଛନ୍ତି, "ମୁଁ ରଣବୀରଙ୍କୁ ଗତ ୭ ବର୍ଷ ଧରି ଜାଣିଛି । ସେ ମଜାକ-ମଜାକରେ କିଛି ବି କହିଦିଅନ୍ତି" । 

କ’ଣ ଥିଲା 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ' ବିବାଦ?
ଏହି ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ହାସ୍ୟ ଅଭିନେତା ସମୟ ରୈନାଙ୍କ ୟୁଟ୍ୟୁବ୍ ସୋ' ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ'ର ଏକ ଏପିସୋଡ୍‌ରେ ରଣବୀର ଆଲ୍ଲାହାବାଦିଆ ଜଣେ ପ୍ରତିଯୋଗୀଙ୍କୁ ଏକ ଅତ୍ୟନ୍ତ ଅଶାଳୀନ ଏବଂ ଆପତ୍ତିଜନକ ପ୍ରଶ୍ନ ପଚାରିଥିଲେ । ଏହି ମନ୍ତବ୍ୟ ପରେ ସୋସିଆଲ ମିଡିଆରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଏବଂ ରଣବୀର, ସମୟ ରୈନା ଓ ଆଶିଷଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରାଯାଇଥିଲା । ବିବାଦ ବଢ଼ିବା ପରେ ରଣବୀର ନିଜ ମନ୍ତବ୍ୟ ପାଇଁ ସର୍ବସାଧାରଣରେ କ୍ଷମା ମାଗିଥିଲେ ଏବଂ ୟୁଟ୍ୟୁବରୁ ସୋ'ର ସମସ୍ତ ଏପିସୋଡ୍ ହଟାଇ ଦିଆଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe