କନକ ବ୍ୟୁରୋ: YouTube ସର୍ଭିସ୍ ଅଚାନକ୍ ଠପ୍ ହୋଇଯାଇଛି । ଡାଉନଡିଟେକ୍ଟର ବି ଏ ସୂଚନା ଦେଇଛି । କୋଟି କୋଟି ୟୁଜର ଏହାର ରିପୋର୍ଟ ବି କରିଛନ୍ତି । ଭାରତ ସମେତ ଦୁନିଆର ଅନେକ ଦେଶରେ YouTube ସର୍ଭର ଡାଉନ୍ ରହିଛି ।

Advertisment

ଆଜି ସକାଳୁ ଯେବେ ୟୁଜର YouTube ଭିଜିଟ୍ କଲେ ସ୍କ୍ରିନରେ   something went wrong ର ମେସେଜ୍ ନଜର ଆସିଲା । ଆମେରିକାରେ ୩ ଲକ୍ଷରୁ ଅଧିକ ଲୋକ ଡାଉନଡିଟେକ୍ଟର ଏହାର ରିପୋର୍ଟ କରାଇଛନ୍ତି । କହିବାକୁ ଗଲେ YouTube ସର୍ଭିସ୍  ସାରା ଦୁନିଆରେ ପ୍ରଭାବିତ ହୋଇଛି । YouTube ହୋମପେଜ୍ ଡାଉନଲୋଡ୍ ହୋଇପାରୁନି  ଏବଂ କିଛି ତ୍ରୁଟି ଥିବାର ମେସେଜ୍   ଦେଖାଉଛି । ଯାହାର ସ୍କ୍ରିନସଟ୍ ବି ୟୁଜର୍ସ ସେୟାର କରିଛନ୍ତି । ଭାରତ, ବ୍ରିଟେନ୍, ଆମେରିକା ସମେତ ଅନେକ ଦେଶରେ YouTube ପ୍ରଭାବିତ ହୋଇଛି । 

ଅଧିକ ପଢ଼ନ୍ତୁ :   ଛୋଟ କଥାରୁ ବଡ଼ ଖୁସି ଖୋଜୁଛନ୍ତି ପନ୍ତ

 ସାରା ଦୁନିଆରେ ପୋର୍ଟାଲ ସର୍ଭିସ୍ ଏବଂ ଆଉଟେଜ୍ ଟ୍ରାକ୍ କରୁଥିବା ୱେବସାଇଟ୍ ଡାଉନଡିଟେକ୍ଟର ବି YouTube ଡାଉନ୍ ହେବାର ସୂଚନା ଦେଇଛି । ଏହି ସମସ୍ୟା ପୋର୍ଟାଲ ଏବଂ ଆପ ରେ ମଧ୍ୟ ଦେଖିବାକୁ ମିଳିଛି ।