ହାତୀକୁ ରଗାଇଲେ, ବେତରେ ମାରିଲେ ; ଯୁବକଙ୍କ ବିରକ୍ତିକର କାର୍ଯ୍ୟ

ହାତୀକୁ ରଗାଇଲେ, ବେତରେ ମାରିଲେ ।  ସୋସିଆଲ ମିଡିଆରେ ଭାଇରାଲ ହେଉଛି ହାତୀକୁ ଆକ୍ରମଣର ଦୃଶ୍ୟ । କେନ୍ଦୁଝର ଅଞ୍ଚଳର ଘଟଣା ।

elephant___

elephant___ Photograph: (KanakNews)

କନକ ବ୍ୟୁରୋ: ଜଙ୍ଗଲରେ ହାତୀଙ୍କୁ ଆକ୍ରମଣ । ବେତରେ ମାଡ଼ ମାରିବା ସହ ରଗାଇଲେ କିଛି ଯୁବକ । ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ଏହି ଭିଡିଓ । ତେବେ ଏହା କେନ୍ଦୁଝର ଅଞ୍ଚଳ ହୋଇଥିବା ଚର୍ଚ୍ଚା ହେଉଛି । ହାତୀ ଜଙ୍ଗଲରେ ଥିବା ବେଳେ ଯୁବକମାନେ ସଂଘବଦ୍ଧ ହୋଇ ହାତୀଙ୍କୁ ଘେରୁଛନ୍ତି । ହାତରେ ବେତ ଧରି ହାତୀଙ୍କ ପଛେପଛେ ଯାଉଛନ୍ତି । ଆଉ ହାତୀଙ୍କୁ ବେତରେ ମାଡ଼ ମାରି ଦୌଡ଼ି ପଳାଉଛନ୍ତି । ହାତୀ ମଧ୍ୟ ଯୁବକ ମାନଙ୍କୁ ଗୋଡ଼ାଉଛି । ଏହି ଭିଡିଓ ଭାଇରାଲ ହେବା ପରେ ଉଦବେଗ ପ୍ରକାଶ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ । ହାତୀ ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ବନବିଭାଗ ତରୁନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe