କନକ ବ୍ୟୁରୋ: ଜଙ୍ଗଲରେ ହାତୀଙ୍କୁ ଆକ୍ରମଣ । ବେତରେ ମାଡ଼ ମାରିବା ସହ ରଗାଇଲେ କିଛି ଯୁବକ । ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ଏହି ଭିଡିଓ । ତେବେ ଏହା କେନ୍ଦୁଝର ଅଞ୍ଚଳ ହୋଇଥିବା ଚର୍ଚ୍ଚା ହେଉଛି । ହାତୀ ଜଙ୍ଗଲରେ ଥିବା ବେଳେ ଯୁବକମାନେ ସଂଘବଦ୍ଧ ହୋଇ ହାତୀଙ୍କୁ ଘେରୁଛନ୍ତି । ହାତରେ ବେତ ଧରି ହାତୀଙ୍କ ପଛେପଛେ ଯାଉଛନ୍ତି । ଆଉ ହାତୀଙ୍କୁ ବେତରେ ମାଡ଼ ମାରି ଦୌଡ଼ି ପଳାଉଛନ୍ତି । ହାତୀ ମଧ୍ୟ ଯୁବକ ମାନଙ୍କୁ ଗୋଡ଼ାଉଛି । ଏହି ଭିଡିଓ ଭାଇରାଲ ହେବା ପରେ ଉଦବେଗ ପ୍ରକାଶ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ । ହାତୀ ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ବନବିଭାଗ ତରୁନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।