କନକ ବ୍ୟୁରୋ : ସୋସିଆଲ ମିଡିଆରେ ଅଶ୍ଳୀଳ କମେଣ୍ଟ କରି ଛେଚା ଖାଇଲେ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କଲମପୁର ଥାନା ପଣ୍ଡି ଗାଁରେ । ରଜ ସମୟରେ କିଛି ଯୁବତୀ ମିଶି ଡାନ୍ସ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ତେବେ ଜଣେ ଯୁବକ ସେହି ପୋଷ୍ଟରେ ଅଶାଳୀନ କମେଣ୍ଟ କରି ଏବେ ଫସିଯାଇଛନ୍ତି  । କମେଣ୍ଟ କରିଥିବା ଯୁବକଙ୍କୁ ଗୋଟିଏ  ବିଦ୍ୟୁତ ଖୁଣ୍ଟରେ ଦୁଇ ଯୁବକ ଜାବୁଡ଼ି ଧରିଥିବା ବେଳେ ୨ ଝିଅ  ମାଡ଼ ମାରିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମାଡ଼ ଖାଇଥିବା ଯୁବକ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଭବାନୀପାଟଣାରେ ଚିକିତ୍ସିତ ହେଉଛନ୍ତି । ଏନେଇ ଯୁବକଙ୍କ ପରିବାର କଲମପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ  ତଦନ୍ତ ଆରମ୍ଭ କରିଛି ।