ବିଲରେ ପଡିଛି ରକ୍ତ, ରେଲୱେ ଟ୍ରକରେ ମୃତଦେହ ; ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ତଦନ୍ତ କରୁଛି ପୋଲିସ

ବଲାଙ୍ଗୀରରେ ରେଳ ଧାରଣାରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ।  ନିକଟ ବିଲରେ ପଡ଼ିଛି ରକ୍ତ। ହତ୍ୟା ପରେ ଟ୍ରେନ୍‌ ଟ୍ରାକ୍‌ରେ ପକାଇ ଦେଇଥିବା ସନ୍ଦେହ।  ପୋଲିସର ତଦନ୍ତ ଜାରି।

ଅଦ୍ୟତନ ହୋଇଛି
2133

କନକ ବ୍ୟୁରୋ: ରେଳ ଧାରଣାରୁ ମିଳିଲା ଯୁବକଙ୍କ ମୃତଦେହ । ମୃତ ଯୁବକଙ୍କ ପରିଚୟ ମିଳି ପାରିନଥିବା ବେଳେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ବଲାଙ୍ଗୀରରେ ରେଳ ଧାରଣା ପାଖରେ ଥିବା ବିଲରେ ପଡିଛି ରକ୍ତ । ବିଲରୁ ମୃତଦେହ ଘୋଷାଡ଼ି ଆଣି ରେଳ ଧାରଣାରେ ପକାଇ ହତ୍ୟାର ରୂପ ଦିଆଯାଇଥିବା ଅନୁମାନ କରାଯାଉଛି । ଜିଆରପି ମୃତ ଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ଯୁବକ ଜଣଙ୍କ କାହିଁକି ଆତ୍ମହତ୍ୟା କଲେ.. ଯଦି ହତ୍ୟା କରାଯାଇଛି, ତେବେ କିଏ ଓ କାହିଁକି ହତ୍ୟା କରିଛି ସେନେଇ ତଦନ୍ତ କରୁଛି ପୋଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe