କନକ ବ୍ୟୁରୋ: ରେଳ ଧାରଣାରୁ ମିଳିଲା ଯୁବକଙ୍କ ମୃତଦେହ । ମୃତ ଯୁବକଙ୍କ ପରିଚୟ ମିଳି ପାରିନଥିବା ବେଳେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ବଲାଙ୍ଗୀରରେ ରେଳ ଧାରଣା ପାଖରେ ଥିବା ବିଲରେ ପଡିଛି ରକ୍ତ । ବିଲରୁ ମୃତଦେହ ଘୋଷାଡ଼ି ଆଣି ରେଳ ଧାରଣାରେ ପକାଇ ହତ୍ୟାର ରୂପ ଦିଆଯାଇଥିବା ଅନୁମାନ କରାଯାଉଛି । ଜିଆରପି ମୃତ ଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ଯୁବକ ଜଣଙ୍କ କାହିଁକି ଆତ୍ମହତ୍ୟା କଲେ.. ଯଦି ହତ୍ୟା କରାଯାଇଛି, ତେବେ କିଏ ଓ କାହିଁକି ହତ୍ୟା କରିଛି ସେନେଇ ତଦନ୍ତ କରୁଛି ପୋଲିସ।

Advertisment