ଚୋରକୁ ନିସ୍ତୁକ ମାଡ ମାରିଲେ , ଲଙ୍କାଗୁଣ୍ଡ ଖୁଆଇଲେ ; ଡିଜେଲ ଚୋରି କରି ଯୁବକ ହଟହଟା

ଚୋରକୁ ଧରି ନିସ୍ତୁକ ମାଡ଼ ମାରିଲେ। ଲଙ୍କା ଗୁଣ୍ଡ ବି ଖୁଆଇଲେ । ଗତକାଲି ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଲେଫ୍ରିପଡା ଥାନା ଉଜ୍ଜଲପୁର ହନୁମାନ ମନ୍ଦିର ଛକରେ ଏଭଳି ଘଟଣା ଦେଖିବାକୁ ମିଳିଛି । 

399

କନକ ବ୍ୟୁରୋ: ଚୋରକୁ ଧରି ନିସ୍ତୁକ ମାଡ଼ ମାରିଲେ। ଲଙ୍କା ଗୁଣ୍ଡ ବି ଖୁଆଇଲେ । ଗତକାଲି ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଲେଫ୍ରିପଡା ଥାନା ଉଜ୍ଜଲପୁର ହନୁମାନ ମନ୍ଦିର ଛକରେ ଏଭଳି ଘଟଣା ଦେଖିବାକୁ ମିଳିଛି । 

ଗାଡିଚାଳକମାନେ ଜଣେ ଡିଜେଲ ଚୋରକୁ ଧରିବା ପରେ ତାର ହାତକୁ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ ଜୋର ଜବରଦସ୍ତି ଲଙ୍କା ଗୁଣ୍ଡ ଖୁଆଇଦେଇଥିଲେ । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ଦୀର୍ଘ ଦିନରୁ ଟ୍ରଲର ଗୁଡିକରୁ ଡିଜେଲ ଚୋରି ହେଉଥିଲା କିନ୍ତୁ କିଏ ଚୋରି କରୁଥିବା ତାହା ଜଣାପଡୁନଥିଲା । ଗତକାଲି ରାତିରେ ଗାଡିରୁ ଡିଜେଲ ଚୋରି କରୁଥିବା ବେଳେ ଚୋର ଟି ଧରାପଡିଯାଇଥିଲା। ପରେ ନିସ୍ତୁକ ମାଡ ମାରିଛନ୍ତି ଲୋକେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe