କନକ ବ୍ୟୁରୋ: ଚୋରକୁ ଧରି ନିସ୍ତୁକ ମାଡ଼ ମାରିଲେ। ଲଙ୍କା ଗୁଣ୍ଡ ବି ଖୁଆଇଲେ । ଗତକାଲି ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଲେଫ୍ରିପଡା ଥାନା ଉଜ୍ଜଲପୁର ହନୁମାନ ମନ୍ଦିର ଛକରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ଗାଡିଚାଳକମାନେ ଜଣେ ଡିଜେଲ ଚୋରକୁ ଧରିବା ପରେ ତାର ହାତକୁ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ ଜୋର ଜବରଦସ୍ତି ଲଙ୍କା ଗୁଣ୍ଡ ଖୁଆଇଦେଇଥିଲେ । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ଦୀର୍ଘ ଦିନରୁ ଟ୍ରଲର ଗୁଡିକରୁ ଡିଜେଲ ଚୋରି ହେଉଥିଲା କିନ୍ତୁ କିଏ ଚୋରି କରୁଥିବା ତାହା ଜଣାପଡୁନଥିଲା । ଗତକାଲି ରାତିରେ ଗାଡିରୁ ଡିଜେଲ ଚୋରି କରୁଥିବା ବେଳେ ଚୋର ଟି ଧରାପଡିଯାଇଥିଲା। ପରେ ନିସ୍ତୁକ ମାଡ ମାରିଛନ୍ତି ଲୋକେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/TVbquPNnn8s6GydMaRTu.jpg)