କନକ ବ୍ୟୁରୋ : ଗାଡ଼ି ହର୍ଣ୍ଣ ମରାକୁ ନେଇ ଗଣ୍ଡଗୋଳ, ଯୁବକଙ୍କୁ ଛୁରାମାଡ଼ । ତଦନ୍ତ ପାଇଁ ଆସିଥିବା ପିସିଆର କର୍ମଚାରୀଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ । ଭୁବନେଶ୍ବର ମଞ୍ଚେଶ୍ବର ଥାନା ଚକେଇସିଆଣି ଶ୍ରୀରାମ ନଗରରେ ଗୁରୁବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି । ରାତି ପ୍ରାୟ ଗୋଟାଏ ସମୟରେ ୪ ଜଣ ଯୁବକ ବସିଥିବା ବେଳେ ହଠାତ ଜଣେ ଯୁବକ ବାଇକରେ ଆସି ହର୍ଣ୍ଣ ମାରିଥିଲେ ।
ବାଇକ ଚାଳକ ଓ ବସିଥିବା ଯୁବକ ମାନଙ୍କ ମଧ୍ୟରେ ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା । ପରେ ଯୁବକ ଜଣଙ୍କୁ ଅପରପକ୍ଷର ଯୁବକ ମାନେ ଛୁରାମାଡ଼ କରିଥିଲେ । ଏପରିକି ଖବର ପାଇଁ ଘଟଣା ସ୍ଥଳରେ ପିସିଆର ଭ୍ୟାନ ପହଁଚିଥିବା ବେଳେ ପୁଲିସ କନେଷ୍ଟବଳଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲା । ଯୁବକ ଜଣଙ୍କ ନିଜ ସ୍ତ୍ରୀ ସହ ଝଗଡ଼ା କରିବା ପରେ ନିଶାସକ୍ତ ଅବସ୍ଥାରେ ଏଭଳି କରିଥିବା ମଞ୍ଚେଶ୍ବର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।