କନକ ବ୍ୟୁରୋ: ରାଜଧାନୀ ଉପକଣ୍ଠ ବାଲିପାଟଣାରେ ପୋଡ଼ି ହୋଇଥିବା ବ୍ୟକ୍ତି ଜ୍ୟୋତିରଞ୍ଜନ ମଠିଆଙ୍କ ମୃତ୍ୟୁ । ଭୁବନେଶ୍ବର ଏମ୍ଓରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ନିଆଁ ଲାଗି ପୂରା ଶରୀର ଜଳିଯାଇଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ରାତି ପ୍ରାୟ ୪ଟାରେ ମୃତ୍ୟ ହୋଇଥିବା ପରିବାର ଲୋକ ସୂଚନା ଦେଇଛନ୍ତି । ମୃତ୍ୟୁ ପୂର୍ବରୁ ବିସ୍ଫୋରକ ବୟାନ ଦେଇଥିଲେ ଜ୍ୟୋତିରଞ୍ଜନ । ସମ୍ପତ୍ତି ପାଇଁ ବାପା, ସାବତ ମା ଓ ସାନ ଭାଇ ପେଟ୍ରୋଲ ଢାଳି ଜାଳିଦେଇଥିବା ସେ ଅଭିଯୋଗ କରିଥିଲେ । ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ବ୍ୟକ୍ତିଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ କରିଥିବା ଜ୍ୟୋତିରଞ୍ଜନଙ୍କ ସ୍ତ୍ରୀ ମଧ୍ୟ ଅଭିଯୋଗ କରିଥିଲେ । ଆଜି ସାବତ ମା’ଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ଗତକାଲି ବାପା ଅବସର ପ୍ରାପ୍ତ ପୁଲିସ ଅଧିକାରୀ ସୁରେନ୍ଦ୍ର ମଠିଆ ଓ ସାନ ପୁଅକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ପୁଲିସ୍ ।
ବାଲିପାଟଣାରେ ସମ୍ପତ୍ତି ବିବାଦକୁ ନେଇ ଯୁବକଙ୍କୁ ଜାଳିଦେବା ଘଟଣା: ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ
ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ରାତି ପ୍ରାୟ ୪ଟାରେ ମୃତ୍ୟ ହୋଇଥିବା ପରିବାର ଲୋକ ସୂଚନା ଦେଇଛନ୍ତି । ମୃତ୍ୟୁ ପୂର୍ବରୁ ବିସ୍ଫୋରକ ବୟାନ ଦେଇଛନ୍ତି ଜ୍ୟୋତିରଞ୍ଜନ ।
/kanak/media/media_files/2025/08/16/17-2025-08-16-09-11-10.jpg)