କନକ ବ୍ୟୁରୋ: ଗୟା ଜେଲରେ ରହି ବି କମାଲ କଲେ ଯୁବକ । ପାଟଣା ବେଊର ଜେଲରେ ବନ୍ଦୀ ଥିବା ଅଭିଯୁକ୍ତ ବିପିନ କୁମାରଙ୍କ ଗୋଟିଏ ହାତରେ ପଡ଼ିଥିଲା ହାତକଡ଼ି । ସେହି ଅବସ୍ଥାରେ ରାଜ୍ୟ ସରକାରଙ୍କ ନିଯୁକ୍ତି ମେଳାକୁ ଯାଇ ଗ୍ରହଣ କଲେ ଅଧ୍ୟାପକ ପଦ ପାଇଁ ନିଯୁକ୍ତି ପତ୍ର । ତାଙ୍କର ଏହି ସଫଳତା ଏବେ ଖବର ସାଉଁଟୁଛି ।
ବିପିନ କୁମାର ଗୟା ଜିଲ୍ଲା ମୋନପୁରର ବାସିନ୍ଦା । ପାଟଣା ଦାନାପୁରରେ ଏକ କୋଚିଂ ସେଣ୍ଟର ଚଳାଉଥିଲେ । ସେଠିକାର ଜଣେ ଛାତ୍ରୀ ତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିବାରୁ ଆଜି ସେ ଜେଲରେ ବନ୍ଦୀ । ହେଲେ ନିଜ ପଢ଼ା ବନ୍ଦ ନକରି ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହୋଇଥିଲେ । BPSC ପରୀକ୍ଷା ଦେଇ ସଫଳ ହେଲେ । ନିଯୁକ୍ତି ପତ୍ର ବି ପାଇଲେ । ହେଲେ ମନରେ ତାଙ୍କର ଦୁଃଖ । ନିଯୁକ୍ତି ପତ୍ର ସିନା ପାଇଲେ ହେଲେ ତାଙ୍କ ବିରୋଧରେ ମାମଲା ଥିବା ଯାଏଁ ନିଯୁକ୍ତି ପତ୍ରର କିଛି ମାନେ ନାହିଁ । ମାମଲାରେ ତାଙ୍କୁ ଯଦି ଦୋଷୀ ପ୍ରମାଣିତ କରାଯାଏ ତେବେ ତାଙ୍କ ନିଯୁକ୍ତି ମଧ୍ୟ ଖାରଜ ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/27/joining-letter-2025-07-27-13-23-32.jpg)