କନକ ବ୍ୟୁରୋ: ଅନଲାଇନ ଗେମ୍ ହେଲା କାଳ । ଆତ୍ମହତ୍ୟା କଲେ ଯୁବକ । କେନ୍ଦ୍ରାପଡା ଜିଲ୍ଲା କୁଦାନଗରୀ ଥାନା ତଳକୁସୁମା ପଞ୍ଚାୟତ ବଙ୍ଗାରୀ ଗାଁରେ ଅଭାବନୀୟ ଘଟଣା । ଅନଲାଇନ୍‌ ଗେମ୍ ଖେଳି ଟଙ୍କା ହାରିଯିବା ପରେ କୀଟନାଶକ ଖାଇ ବଙ୍ଗାରି ଗ୍ରାମର ଉମାକାନ୍ତ ଜେନାଙ୍କ ପୁଅ ସାହିଲ ଜେନା ଜୀବନ ହାରିଥିବା ଅଭିଯୋଗ ହୋଇଛି । ସାହିଲ ଭୁବନେଶ୍ୱରରେ ଏକ ଘରୋଇ କଲେଜରେ ଡିପ୍ଲୋମାର ଦ୍ବିତୀୟ ବର୍ଷର ଛାତ୍ର ଥିଲେ । ଛୁଟିରେ ଘରକୁ ଆସିବା ପରେ ଅନଲାଇନରେ ଗେମ୍ ଖେଳି ଟଙ୍କା ହାରିଥିଲେ । ତେବେ ପରିବାର ଲୋକଙ୍କ ଭୟରେ କୀଟନାଶକ ପିଇ ଦେଇଥିଲେ ସାହିଲ । ପ୍ରଥମେ ତାଙ୍କୁ ସ୍ଥାନୀୟ ପାଟକୁରା ମେଡିକାଲ୍ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା ।  ପରେ କଟକ ସ୍ଥାନାନ୍ତର କରିବା ସମୟରେ ବାଟରେ ମୃତ୍ୟୁ ହୋଇଥିଲା । ବାପା-ମା’ଙ୍କର ଏକମାତ୍ର ପୁଅ ଥିଲେ ସାହିଲ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।