ସକାଳୁ ସକାଳୁ ବଡ଼ ଦୁର୍ଘଟଣା, ଜାତୀୟ ରାଜପଥର ଚାଲିଗଲା ଦୁଇ ଜଣଙ୍କ ଜୀବନ

Advertisment

ପିପିଲି ଦାଣ୍ଡମୁକୁନ୍ଦପୁର ନିକଟରେ ବାଇକକୁ ଧକ୍କା ଦେଲା ହାଇୱା । କନ୍ଧମାଳ ଦାରିଙ୍ଗିବାଡିରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ । ଏପଟେ ଖଲ୍ଲିକୋଟରେ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ପିପିଲି ଦାଣ୍ଡମୁକୁନ୍ଦପୁର ନିକଟରେ ବାଇକକୁ ଧକ୍କା ଦେଲା ହାଇୱା । କନ୍ଧମାଳ ଦାରିଙ୍ଗିବାଡିରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ । ଏପଟେ ଖଲ୍ଲିକୋଟରେ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

Accident

Accident Photograph: (Kanak News)

କନକ ବ୍ୟୁରୋ : ୧୬ ନଂ ଜାତୀୟ ରାଜପଥ ଚଣ୍ଡୀ ଢ଼ାବା ନିକଟ ଗୁଡ଼ିଢ଼ିପ ନିକଟରେ ବାଇକ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ । ମୃତକ ଜଣକର ପରିଚୟ ମିଳିପାରି ନାହିଁ । ମୃତକ ଜଣକ ସାଙ୍ଗରେ ରମ୍ଭା ନିକଟରୁ ବାରାହା ମାଂସ ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ପଡ଼ିଛି ବଡ଼ ବଡ଼ ବାରାହା ମାଂସ ଖଣ୍ଡ । ଯୁବକ ଜଣକୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି ପରେ ମୃତ ଘୋଷଣା କରିଥିଲେ ଡାକ୍ତର । ଘଟଣାସ୍ଥଳରେ ଖଲ୍ଲିକୋଟ ପୁଲିସ୍ ଓ ଏନଏଚଆଇ ପେଟ୍ରୋଲିଂ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢନ୍ତୁ : ମାଟ୍ରିକ ପରୀକ୍ଷା ବେଳେ ଦୁର୍ଘଟଣା : ପାଲଲହଡ଼ାରେ ଜଣେ ପରୀକ୍ଷାର୍ଥୀ ଆହତ

 ତେବେ ସେ ବାରାହା ମାଂସ ନେଇ ଯୁବକ ଜଣକ କେଉଁଠୁ ବାରାହା ମାଂସ ଆଣିଲେ ଓ କେଉଁଠି କୁ ନେଇ ଯାଇଥିଲେ ତାହା ସ୍ପଷ୍ଟ ହୋଇ ନାହିଁ । ସେପଟେ ଓଲଟିଲା ପଥର ବୋଝେଇ ଟିପ୍ପର, ଚାଳକ ଗୁରୁତର । ନୀଳଗିରି ଥାନା ଅଧୀନ କେନ୍ଦୁଖୁଣ୍ଟା ଛକ ନିକଟରେ ଏଭଳି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଭୋର ପ୍ରାୟ ୪ ଟା ସମୟରେ ବେଆଇନ ଭାବରେ ପଥର ଚୋରା ଚାଲଣ କରୁଥିବା କାରଣରୁ ଗାଡିଟି ଦ୍ରୁତ ଗତିରେ ଯାଉଥିଲା । ଫଳରେ ଭାରସାମ୍ୟ ହରାଇ ଟିପ୍ପରଟି ରାସ୍ତା ପାର୍ଶ୍ବକୁ ଓଲଟି ପଡିଥିଲା । ଯେଉଁଥିରେ ଗାଡି ଚାଳକ ଜଣକ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନୀଳଗିରି ମେଡ଼ିକାଲକୁ ନେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe