ରାଜଧାନୀରେ ବିଭତ୍ସ ହତ୍ୟା ; ଗାଁ ଦାଣ୍ଡରେ ପଡିଛି ମୃତଦେହ

ରାଜଧାନୀରେ ହତ୍ୟାକାଣ୍ଡ । ଏୟାରଫିଲ୍ଡ ଥାନା ବୀରବନ୍ଧ ଗାଁ ଦାଣ୍ଡରେ ପଡ଼ିଛି ଯୁବକଙ୍କ ମୃତଦେହ ।  କିଏ ଓ କାହିଁକି ହତ୍ୟା କଲା ଅସ୍ପଷ୍ଟ । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

istockphoto-1269125708-612x612

କନକ ବ୍ୟରୋ: ରାଜଧାନୀରେ ହତ୍ୟାକାଣ୍ଡ। ଗାଁ ଦାଣ୍ଡରେ ପଡିଛି ଯୁବକଙ୍କ ମୃତଦେହ ।  ଏୟାର ଫିଲ୍ଡ ଥାନା ବୀରବନ୍ଧ ଗାଁରେ ଘଟିଛି ହତ୍ୟାକାଣ୍ଡ । ମୃତକ ଜଣକ ହେଲେ ସେହି ଗାଁର ବାଉରୀ ବନ୍ଧୁ ବେହେରା । ଗତକାଲି ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ହୋଇଥିବା ପୋଲିସ ସନ୍ଦେହ କରୁଛି ।  ଖବର ପାଇଁ ଘଟଣା ସ୍ଥଳରେ ଏୟାର ଫିଲଡ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe