କନକ ବ୍ୟୁରୋ: ଖଣ୍ଡଗିରି ରଘୁନାଥ ନଗରରେ ବିଭତ୍ସ ହତ୍ୟାକାଣ୍ଡ। ରଘୁନାଥ ନଗରରେ ରହୁଥିବା ଜଗତ ମଲ୍ଲିକ ନାମକ ବ୍ୟକ୍ତିକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୭ ବର୍ଷର ଯୁକ୍ତ ଦୁଇ ପଢୁଥିବା ନାବାଳକ ଛାତ୍ର ହତ୍ୟାକାରୀ ବୋଲି ଜଣାପଡ଼ିଛି।
ପ୍ରତିଶୋଧ ପାରାୟଣ ହୋଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି। ଝିଆରୀ ସହ ପ୍ରେମ କରିବାକୁ ବିରୋଧ କରିଥିଲା ଜଗତ । ଏପରିକି ହତ୍ୟାକାରୀକୁ ମାଡ଼ ମାରିଥିଲା। ଏହାର ରାଗ ରଖି ଯୁକ୍ତ ଦୁଇ ପଢୁଥିବା ନାବାଳକ ଛାତ୍ର ଯୋଜନାବଧ ଭାବେ ହତ୍ୟା କରିଥିବା କୁହାଯାଉଛି। ହତ୍ୟା କରିବା ପରେ ନାବାଳକ ହତ୍ୟାକରି ଖଣ୍ଡଗିରୀ ଥାନାରେ ଆତ୍ମସମର୍ପଣ କରିଛି। ଜଗତ ମାଲିକଙ୍କ ଘର ପାଖାପାଖି ହତ୍ୟାକରି ଜଣଙ୍କ ରହୁଥିବା ଜଣାପଡ଼ିଛି।
ଗତକାଲି ରାତି ୧୨ଟାରେ ଜଗତ ଘରକୁ ସ୍କୁଟିରେ ଫେରିବା ବେଳେ ଅନ୍ଧାରୁଆ ସ୍ଥାନରେ ଏହି ହତ୍ୟାକାଣ୍ଡ ଘଟିଛି । ଧାରୁଆ ଅସ୍ତ୍ରରେ ତଣ୍ଟିକାଟି ହତ୍ୟା କରିଛି ଅଭିଯୁକ୍ତ । ଫଳରେ ଘରଠାରୁ ମାତ୍ର ୧୦୦ ମିଟର ଦୂରତାରେ ଗାଡ଼ିରୁ ତଳକୁ ପଡ଼ିଯାଇଥିଲେ ଜଗତ । ହତ୍ୟାକାରୀ ନାବାଳକ ପୁଅର ବାପା ନାଁରେ ଅନେକ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି । ଖଣ୍ଡଗିରି ରଘୁନାଥ ନଗରରେ ପୋଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।