କନକ ବ୍ୟୁରୋ: ଯୁବକଙ୍କୁ ମାରି ମୁହଁରେ ଲଙ୍କାଗୁଣ୍ଡ ଲଗାଇ ଫିଙ୍ଗିଦେଲେ ଦୁର୍ବୃତ୍ତ । ନବରଙ୍ଗପୁର ରାଇଘରରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ରାଇଘରରେ ଥିବା ଏକ ଇଟାଭାଟି ପାଖରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ମିଳିଥିବା ବେଳେ କେହି ତାଙ୍କୁ ହତ୍ୟାକରିଥିବା ଆଶଙ୍କା କରାଯାଉଛି । ମୃତ ଯୁବକଙ୍କ ମୁହଁରେ ଲଙ୍କାଗୁଣ୍ଡ ଲାଗିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନବରଙ୍ଗପୁରରୁ ସାଇଣ୍ଟିଫିକ ଟିମକୁ ଡକାଯାଇ ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ତଦନ୍ତ କରାଯିବ । ମୃତ ବ୍ୟକ୍ତିଙ୍କ ନିକଟରେ ଏକ ମଦ ବୋତଲ ସହ ଲଙ୍କା ଗୁଣ୍ଡ ପ୍ୟାକେଟ ପଡିଛି । ଏହା ଏକ ହତ୍ୟାକାଣ୍ଡ ହୋଇଥାଇ ପରେ ବୋଲି ଆଶଙ୍କା କରାଯାଉଛି ।
ଯୁବକଙ୍କୁ ମାରି ମୁହଁରେ ଲଙ୍କାଗୁଣ୍ଡ ବୋଳିଲେ ; ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
ଯୁବକଙ୍କୁ ମାରି ମୁହଁରେ ଲଙ୍କାଗୁଣ୍ଡ ଲଗାଇ ଫିଙ୍ଗିଦେଲେ । ନବରଙ୍ଗପୁର ରାଇଘରରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ପୁଲିସର ତଦନ୍ତ ଆରମ୍ଭ ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)