ରାଜଧାନୀରୁ ଯୁବକଙ୍କୁ ଅପହରଣ ; ୨୦ ଲକ୍ଷ ଟଙ୍କା ମୁଣ୍ଡ ଜାମିନ୍ ରଖିଲେ ଅପହରଣକାରୀ

Advertisment

ଗତ ୨୨ ତାରିଖ ରାତି ପ୍ରାୟ ସାଢ଼େ ୮ଟା ବେଳେ ଭୋଜି ଥିବା କହି ଘରୁ ବାହାରିଯାଇଥିଲେ । ତେବେ ରାତିରେ ଘରକୁ ନଆସିବାରୁ ପତ୍ନୀ, ତାଙ୍କ ଅଫିସ ନମ୍ବରକୁ ଫୋନ୍ କରିଥିଲେ ଆଉ ତା'ପରେ...

ଗତ ୨୨ ତାରିଖ ରାତି ପ୍ରାୟ ସାଢ଼େ ୮ଟା ବେଳେ ଭୋଜି ଥିବା କହି ଘରୁ ବାହାରିଯାଇଥିଲେ । ତେବେ ରାତିରେ ଘରକୁ ନଆସିବାରୁ ପତ୍ନୀ, ତାଙ୍କ ଅଫିସ ନମ୍ବରକୁ ଫୋନ୍ କରିଥିଲେ ଆଉ ତା'ପରେ...

48

କନକ ବ୍ୟୁରୋ : ଥମିବାରେ ନାଁ ନେଉନି ଅପରାଧ , ରାଜଧାନୀରୁ ପୁଣି ହୋଇଛି ଅପହରଣ । ମୁଣ୍ଡ ଜାମିନ ରଖି ମାଗିଲେ ୨୦ ଲକ୍ଷ ଟଙ୍କା ମାଗିଲେ ଅପହରଣକାରୀ । ଗଞ୍ଜାମର ହରିଶ୍ଚନ୍ଦ୍ର ସାହୁଙ୍କୁ ଅପହରଣ ହୋଇଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ପତ୍ନୀ । 

ହରିଶ୍ଚନ୍ଦ୍ର, ଭୁବନେଶ୍ବରରେ ଏକ ରୋଷେୟା ଭାବେ କାମ କରନ୍ତି । ଗତ ୨୨ ତାରିଖ ରାତି ପ୍ରାୟ ସାଢ଼େ ୮ଟା ବେଳେ ଭୋଜି ଥିବା କହି ଘରୁ ବାହାରିଯାଇଥିଲେ । ତେବେ ରାତିରେ ଘରକୁ ନଆସିବାରୁ ପତ୍ନୀ, ତାଙ୍କ ଅଫିସ ନମ୍ବରକୁ ଫୋନ୍ କରିଥିଲେ । ଅଫିସ୍‌ ଓ ବ୍ୟକ୍ତିଗତ ଫୋନ୍ ବନ୍ଦ ଆସିବାରୁ ପତ୍ନୀଙ୍କ ସନ୍ଦେହ ବଢ଼ିଥିଲା । ଯାହା ପରେ ମହିଳା ଜଣକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe