ମୁଣ୍ଡଳି ବ୍ରିଜ୍‌ରୁ ମହାନଦୀକୁ ଡେଇଁ ପଡିଲେ ଯୁବକ,  କାର ରଖି ଡେଇଁ ପଡିଲେ ନୟାପଲ୍ଲୀ ଅଞ୍ଚଳର ଶକ୍ତିକାନ୍ତ ସାହୁ

ଘରୁ ରାଗିକି ପଳାଇଥିଲେ । ପୁଲିସ ଓ ଅଗ୍ନିଶମ ଟିମ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ।

କାର୍‌ ଥୋଇ ଡେଇଁପଡ଼ିଲେ

କାର୍‌ ଥୋଇ ଡେଇଁପଡ଼ିଲେ Photograph: (Kanaknews)

କନକ ବ୍ୟୁରୋ: ମୁଣ୍ଡଳି ବ୍ରିଜରୁ ମହାନଦୀକୁ ଡେଇପଡ଼ିଲେ ଯୁବକ। ବ୍ରିଜ ଉପରେ କାର୍ ଥୋଇ ଯୁବକ ଜଣକ ଡେଇଁ ପଡିଛନ୍ତି । ଯୁବକ ଜଣକ ହେଲେ ଶକ୍ତିକାନ୍ତ ସାହୁ। ସେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ବୋଲି ଜଣାପଡିଛି ।

ତେବେ ଶକ୍ତିକାନ୍ତ ଘରୁ ରାଗିକି ପଳାଇ ଆସିଥିଲେ ବୋଲି ସୂଚନା ମିଳିଛି । ବାରଙ୍ଗ ପୁଲିସ ଓ ଅଗ୍ନିଶମ ବିଭାଗ ଖୋଜା ଖୋଜି ଜାରି ରଖିଛି । ପରିବାର ଲୋକ ମଧ୍ୟ ଘଟଣାସ୍ଥଳରେ ରହିଛନ୍ତି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe