କନକ ବ୍ୟୁରୋ: ମୁଣ୍ଡଳି ବ୍ରିଜରୁ ମହାନଦୀକୁ ଡେଇପଡ଼ିଲେ ଯୁବକ। ବ୍ରିଜ ଉପରେ କାର୍ ଥୋଇ ଯୁବକ ଜଣକ ଡେଇଁ ପଡିଛନ୍ତି । ଯୁବକ ଜଣକ ହେଲେ ଶକ୍ତିକାନ୍ତ ସାହୁ। ସେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ବୋଲି ଜଣାପଡିଛି ।
ତେବେ ଶକ୍ତିକାନ୍ତ ଘରୁ ରାଗିକି ପଳାଇ ଆସିଥିଲେ ବୋଲି ସୂଚନା ମିଳିଛି । ବାରଙ୍ଗ ପୁଲିସ ଓ ଅଗ୍ନିଶମ ବିଭାଗ ଖୋଜା ଖୋଜି ଜାରି ରଖିଛି । ପରିବାର ଲୋକ ମଧ୍ୟ ଘଟଣାସ୍ଥଳରେ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/17/mundali-2025-10-17-10-34-26.jpg)