କନକ ବ୍ୟୁରୋ :  ଭେଣ୍ଡିଆଙ୍କୁ ବାର୍ଦ୍ଧକ୍ୟ ଭତ୍ତା । ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ। ... ପ୍ରକୃତ ବୟସ ୩୦ରୁ ୫୦ ବର୍ଷ ମଧ୍ୟରେ । କିନ୍ତୁ ଜାଲିଆତି କରି ବଯସ ୬୦ ବର୍ଷରୁ ଅଧିକ ଦର୍ଶାଇ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଇଛି। କେବଳ ଜଣେ ଦୁଇଜଣ ନୁହନ୍ତି,  କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅରଗଳ ପଞ୍ଚାୟତରେ ୩୦୩ ହିତାଧିକାରୀଙ୍କ ମଧ୍ୟରୁ ୨୦୦ରୁ ଅଧିକ ଯୁବକଯୁବତୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଦିଆଯାଇଥିବା ଅଭିଯୋଗ କରି ତଦନ୍ତ ଦାବି କରାଯାଇଛି।

Advertisment

ଗତ ସାଧାରଣ ନିର୍ବାଚନ ପୂର୍ବରୁ ଅରଗଳ ପଞ୍ଚାୟତରେ ୮/୨/୨୦୨୪ରେ ସରକାରୀ ଚିଠି ନମ୍ବର ୩୨୯/୫୫ ଅନୁସାରେ  ୩୦୩ ଜଣଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ମଞ୍ଜୁର ହୋଇଥିଲା।  କିନ୍ତୁ ୨୦୦ରୁ ଅଧିକ ଅଯୋଗ୍ୟ ହିତାଧିକାରୀ ନିଜ ବୟସ ଭୋଟର ତାଲିକା ଓ ସ୍କୁଲ ପ୍ରମାଣପତ୍ରରେ ଜାଲିଆତି କରି ଭତ୍ତା ହାତେଇଥିବା ଅଭିଯୋଗ ହୋଇଛି କ୍ଷ ବହୁ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହୋଇଛନ୍ତି। ଅଭିଯୋଗ ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଏହା ମଧ୍ୟରେ ଏନେଇ ଆଳି ବିଡିଓ ଥାନାରେ ଏତଲା ଦେଇଛନ୍ତି । ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଭତ୍ତା ଟଙ୍କା ଆଦାୟ ପାଇଁ କୁହାଯାଇଛି। ।