କନକବ୍ୟୁରୋ : ସାଇକେଲ ଚୋରିକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା  । ବାଲିଅନ୍ତା ଥାନା ଅଣ୍ଡିଲୋ ଗ୍ରାମରେ ଏଭଳି ହତ୍ୟାକାଣ୍ଡ ହୋଇଛି । ମୃତକ ଅଣ୍ଡିଲୋ ଗ୍ରାମର ସୌମ୍ୟ ରଞ୍ଜନ ଭୋଇ ।  ସୌମ୍ୟକୁ ବଞ୍ଚାଇବାକୁ ଚେଷ୍ଟା କରି ତାଙ୍କ ମାଆ ଏବଂ ସାଙ୍ଗ ମଧ୍ୟ ଦୃର୍ବତ୍ତ ଆକ୍ରମଣର ଶିକାର ହୋଇଛନ୍ତି । ଖଣ୍ଡା ଚୋଟରେ ସୌମ୍ୟଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମାଆ ଏବଂ ସାଙ୍ଗ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ହତ୍ୟାକାରୀ ତରୁଣ ଭୋଇକୁ ବାଲିଅନ୍ତା ପୋଲିସ ହେପାଜତକୁ ନେଇଛି ।  ଅଣ୍ଡିଲୋ ଗ୍ରାମର ତରୁଣ ଭୋଇଙ୍କର ଏକ ସାଇକେଲ ଚୋରି ହୋଇଥିଲା । ଏଥିରେ ଗ୍ରାମର ସୌମ୍ୟ ରଞ୍ଜନ ଭୋଇଙ୍କ ଉପରେ ସନ୍ଦେହ କରିଥିଲା ତରୁଣ  ।  ସୌମ୍ୟଙ୍କୁ ଗାଁ ଦାଣ୍ଡରେ ଗାଳି ଗୁଲଜ କରିଥିଲେ  ତରୁଣ  । ପରେ ଏକ ଖଣ୍ଡା ଆଣି ସୌମ୍ୟଙ୍କୁ ଆକ୍ରମଣ କରିଥିଲା । ରକ୍ତ ଜୁଡୁବୁଡୁ ହୋଇ ସୌମ୍ୟ ଗାଁ ଦାଣ୍ଡରେ ପଡ଼ିଥିଲେ । ସୌମ୍ୟଙ୍କୁ ବଞ୍ଚାଇବାକୁ  ଯାଇ ତାଙ୍କ ମାଆ ଏବଂ ସାଙ୍ଗ ଦୌଡି ଆସିଥିଲେ । ସେମାନଙ୍କୁ ମଧ୍ୟ ଖଣ୍ଡାରେ ହାଣି ରକ୍ତାକ୍ତ କରିଥିଲେ ଦୃର୍ବତ୍ତ । 

Advertisment

ସେପଟେ ମଦ ପିଇବାକୁ ନେଇ ଗଣ୍ଡଗୋଳ। ନିଜ ଭିତରେ ଗଣ୍ଡଗୋଳ ହେବାରୂ କରଣି ଚୋଟରେ ଯୁବକ ଗୁରୁତର ଆହତ ହୋଇଛନ୍ତି ।  ଭୁବନେଶ୍ବର ପଳାଶୁଣିରେ ଏଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଛି  ।   ଆହତଙ୍କ ନାଁ ହାଇଦର ଅଲି ।  ହାଇଦର ଅଲ୍ଲୀ ପେସାରେ ଡ୍ରାଇଭର । ସେ ପଳାଶୁଣୀ ବ୍ରିଜ ତଳେ ଯାଉଥିବା ସମୟରେ ଦୃର୍ବତ୍ତ ମାନେ ତାଙ୍କ ପାଖରୁ ଟଙ୍କା ନେବା ପାଇଁ ଗଣ୍ତଗୋଳ କରିଥିଲେ।   ହାଇଦର ଟଙ୍କା ନଦେବାରୁ ଦୃର୍ବତ୍ତ ମାନେ କରଣୀରେ ଆକ୍ରମଣ କରିଥିଲେ ।  ଆକ୍ରମଣ ଫଳରେ ହାଇଦର ଗୁରୁତର ହୋଇଥିଲେ ।  ଗୁରୁତର ଅବସ୍ଥାରେ ହାଇଦରଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଂଚି ଆକ୍ରମଣ କରିଥିବା ଯୁବକ କୁ ଅଟକ ରଖିଛି