କନକ ବ୍ୟୁରୋ : ଗଞ୍ଜାମ ଖଲ୍ଲିକୋଟ ରମ୍ଭା ରେଳଷ୍ଟେସନ ନିକଟ ଆର ବାହାଡାପଲ୍ଲୀ ରାସ୍ତାରେ ନିର୍ମମ ହତ୍ୟା । ବାଇକ୍ରେ ନିଜ ଗାଁକୁ ଯାଉଥିବା ବେଳେ ହାଣିଦେଲେ ଦୁର୍ବୃତ୍ତ । ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ । ମୃତକ ହେଉଛନ୍ତି ଆର ବାହାଡ଼ାପଲ୍ଲୀ ଗାଁର ଅଭି ପ୍ରଧାନ । ପୂର୍ବ ଶତ୍ରୁତାରୁ ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି । ସଂଘବଧ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପଡ଼ି ରହିଛି ମୃତଦେହ । ରମ୍ଭା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଚଳିତ ମାସ ୩ ତାରିଖରେ ମଧ୍ୟ ରମ୍ଭା ରେଳ ଷ୍ଟେସନ ନିକଟରେ ଏକ ହତ୍ୟା ହୋଇଥିଲା ।
ସେପଟେ ସ୍ୱାମୀକୁ ତଣ୍ଟି ଚିପି ହତ୍ୟା କରିଛି ସ୍ତ୍ରୀ। ସୁନ୍ଦରଗଡ଼ ଟାଉନ ଥାନା ହରିଓଁ କଲୋନୀରେ ଘଟିଛି ଏପରି ଘଟଣା । ଗତକାଲି ପାରିବାରିକ କହଳକୁ ନେଇ ରାତିରେ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ସ୍ବାମୀ ଧ୍ରୁବ କେରକେଟାକୁ ତଣ୍ଟି ଚିପି ହତ୍ୟା କରିଛି ସ୍ତ୍ରୀ । ଏହା ପରେ ନିଜେ ମେଡିକାଲ ଯାଇ ଘଟଣାକୁ ଅନ୍ୟମୋଡ଼ ଦେବା ପାଇଁ ଯୋଜନା କରୁଥିଲା । ସନ୍ଦେହ ପରେ ମେଡିକାଲ କର୍ମଚାରୀ ପୁଲିସକୁ ଖବର ଦେଇଥିଲେ । ପୁଲିସ ସ୍ତ୍ରୀ ଉର୍ମିଳା କେରକେଟାଙ୍କୁ ଅଟକ ରଖି ପଚରାଉଚରା କରୁଛି ।