ନଦୀକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ: ମାଛଧରା ଜାଲ ବିଛାଇ ଖୋଜାଖୋଜି କରୁଛନ୍ତି ସ୍ଥାନୀୟ ବାସିନ୍ଦା

Advertisment

ବାଲେଶ୍ବର ରାଇବଣିଆ ଥାନା ମାଙ୍କଡିଆ ସ୍ଥିତ ସୁବର୍ଣ୍ଣରେଖା ନଦୀ ବାଲି ଖାଦାନରେ ବୁଡି ଯୁବକ ନିଖୋଜ । ଗାଧୋଇବା ପାଇଁ ଯାଇଥିବା ବେଳେ ଚୋରା ବାଲିରେ ଫସିଯାଇଥିବା ସନ୍ଦେହ କରାଯାଉଛି ।

ବାଲେଶ୍ବର ରାଇବଣିଆ ଥାନା ମାଙ୍କଡିଆ ସ୍ଥିତ ସୁବର୍ଣ୍ଣରେଖା ନଦୀ ବାଲି ଖାଦାନରେ ବୁଡି ଯୁବକ ନିଖୋଜ । ଗାଧୋଇବା ପାଇଁ ଯାଇଥିବା ବେଳେ ଚୋରା ବାଲିରେ ଫସିଯାଇଥିବା ସନ୍ଦେହ କରାଯାଉଛି ।

44drwing

Photograph: (kanak news)

କନକ ବ୍ୟୁରୋ: ବାଲେଶ୍ବର ରାଇବଣିଆ ଥାନା ମାଙ୍କଡିଆ ସ୍ଥିତ ସୁବର୍ଣ୍ଣରେଖା ନଦୀ ବାଲି ଖାଦାନରେ ବୁଡି ଯୁବକ ନିଖୋଜ । ଗାଧୋଇବା ପାଇଁ ଯାଇଥିବା ବେଳେ ଚୋରା ବାଲିରେ ଫସିଯାଇଥିବା ସନ୍ଦେହ କରାଯାଉଛି । ଅତ୍ୟଧିକ ବାଲି ଖନନ ଯୋଗୁଁ ଏଭଳି ଅଘଟଣ ଘଟୁଛି । ଅନେକ ସମୟରେ ସୁବର୍ଣ୍ଣରେଖା ନଦୀରୁ ବାଲି ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳୁଛି । ବାରମ୍ବାର ଅଭିଯୋଗ ପରେ ବି ଏଥିରେ ରୋକ୍ ଲାଗିପାରୁନାହିଁ । ବାଲି ଖାଦାନରେ ବୁଡ଼ି ଯୁବକ ଜଣକ ନିଖୋଜ ହୋଇଥିବା ବେଳେ ଖୋଜାଖୋଜି ଜାରି ରଖିଛନ୍ତି ସ୍ଥାନୀୟ ବାସିନ୍ଦା । ମାଛଧରା ଜାଲ ବିଛାଇ ଯୁବକଙ୍କୁ ଖୋଜୁଛନ୍ତି ଲୋକେ । ବାଲିଉତ୍ତୋଳନ ଯୋଗୁ ହୋଇଥିବା ଖାଲରେ ଯୁବକ ଜଣକ ଖସିପଡିଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe