କନକ ବ୍ୟୁରୋ: ମୁମ୍ବାଇର ଲୋୟର ପରେଲରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ଜଣେ ଡେଲିଭରି ବୟ ବାରମ୍ବାର ଡୋରବେଲ୍ ବଜାଇବାରୁ ବିରକ୍ତ ହୋଇ ଜଣେ ବ୍ୟକ୍ତି ତାଙ୍କୁ ଏୟାର ଗନ୍ରେ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ , ବ୍ୟକ୍ତି ଜଣଙ୍କ କଲ୍ କରି ମେଡିସିନ୍ ଅର୍ଡର ଦେଇଥିଲେ । ଡେଲିଭରି ବୟ ଜଣଙ୍କ ମେଡିସିନ୍ ପାର୍ସଲ ଆଣି ଦେବାକୁ ଆସିଲା ବେଳକୁ ଘରୁ ବାହାରକୁ କେହି ଆସିନଥିଲେ । ସେଥିପାଇଁ ସେ କଲିଂ ବେଲ୍ ମାରିଥିଲେ । ତଥାପି ଘରୁ ବାହାରକୁ କେହି ନଆସିବାରୁ ସେ ବାରମ୍ବାର ବେଲ୍ ବଜାଇଥିଲେ । ଯେଉଁଥିରେ ବ୍ୟକ୍ତି ଜଣଙ୍କ ରାଗିଯାଇ ଏୟାର ଗନ୍ରୁ କଲେ ଫାୟାରିଂ ।
ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଭିଯୁକ୍ତ ସୌରଭ କୁମାର ଅଭିନାଶ କୁମାର ସିଂହଙ୍କୁ ପଚରାଉଚରା କରିଥିଲା । ଅଭିଯୁକ୍ତ ଲୋୟର ପାରେଲର ଶଙ୍କରରାଓ ନରମ ପଥର ପ୍ରକାଶ କପା ବିଲ୍ଡିଂର ବାସିନ୍ଦା । ଅଭିଯୁକ୍ତ ସ୍ୱୀକାର କରିଛି ଯେ ସେ ଏକ ମେଡିକାଲ୍ ଷ୍ଟୋରରୁ ଔଷଧ ମଗାଇଥିଲା, କିନ୍ତୁ ଡେଲିଭରି ବୟ ବାରମ୍ବାର ଡୋରବେଲ୍ ବଜାଇବାରୁ ସେ ବିରକ୍ତ ହୋଇଗଲା । ତା'ପରେ ସେ ତାଙ୍କ ଏୟାର ରାଇଫଲ୍ ରୁ ଆକାଶରେ ଫାଙ୍କାରେ ଗୁଳି ଚାଳନା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/08/17/33-2025-08-17-12-41-02.jpg)