ନାବାଳିକାର ତଣ୍ଟି କାଟି ଯୁବକ ଫେରାର୍ ; ଗୁରୁତର ଅବସ୍ଥାରେ  ହସ୍ପିଟାଲ ସ୍ଥାନାନ୍ତର

ନାବାଳିକାର ତଣ୍ଟି କାଟି ଅଭିଯୁକ୍ତ ଫେରାର୍ । ବଲାଙ୍ଗୀର ସଦର ମାୟାବର୍ହା ଗାଁରେ ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ ସ୍ଥାନାନ୍ତର । କାହିଁକି କାଟିଲା ବେକ, ଛାନଭିନ୍ କରୁଛି ପୁଲିସ ।

56

କନକ ବ୍ୟୁରୋ: ନାବାଳିକାର ତଣ୍ଟି କାଟି ଅଭିଯୁକ୍ତ ଫେରାର୍ । ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବର୍ହା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଯୁବକ ଜଣକ ଏକ ଧାରୁଆ ଛୁରୀରେ ନାବାଳିକାର ତଣ୍ଟି କାଟିଦେଇଛି । ଅଭିଯୁକ୍ତ ଜଣକ ନାବାଳିକାର ସମ୍ପର୍କୀୟ ହୋଇଥିବା ଜଣାପଡ଼ିଛି । 

 ସୂଚନା ଅନୁସାରେ, ଗତକାଲି ପୀଡ଼ିତା ନାବାଳିକାର ଘରକୁ ଆସି ରହିଥିଲା ଅଭିଯୁକ୍ତ । ରାତିରେ ତଣ୍ଟି କାଟି ଫେରାର ହୋଇଯାଇଛି । ଗୁରୁତର ଅବସ୍ଥାରେ ଯୁବତୀକୁ ପ୍ରଥମେ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ଅଣାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ତେବେ ନାବାଳିକାର ତଣ୍ଟି କାହିଁକି କାଟିଲା ଅଭିଯୁକ୍ତ, ପ୍ରେମ ସମ୍ପର୍କ ନା ଅନ୍ୟ କିଛି କାରଣ ରହିଛି, ସେନେଇ ତଦନ୍ତ କରୁଛି ବଲାଙ୍ଗୀର ସଦର ଥାନା ପୁଲିସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe