କନକ ବ୍ୟୁରୋ: ନାବାଳିକାର ତଣ୍ଟି କାଟି ଅଭିଯୁକ୍ତ ଫେରାର୍ । ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବର୍ହା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଯୁବକ ଜଣକ ଏକ ଧାରୁଆ ଛୁରୀରେ ନାବାଳିକାର ତଣ୍ଟି କାଟିଦେଇଛି । ଅଭିଯୁକ୍ତ ଜଣକ ନାବାଳିକାର ସମ୍ପର୍କୀୟ ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ଗତକାଲି ପୀଡ଼ିତା ନାବାଳିକାର ଘରକୁ ଆସି ରହିଥିଲା ଅଭିଯୁକ୍ତ । ରାତିରେ ତଣ୍ଟି କାଟି ଫେରାର ହୋଇଯାଇଛି । ଗୁରୁତର ଅବସ୍ଥାରେ ଯୁବତୀକୁ ପ୍ରଥମେ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ଅଣାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ତେବେ ନାବାଳିକାର ତଣ୍ଟି କାହିଁକି କାଟିଲା ଅଭିଯୁକ୍ତ, ପ୍ରେମ ସମ୍ପର୍କ ନା ଅନ୍ୟ କିଛି କାରଣ ରହିଛି, ସେନେଇ ତଦନ୍ତ କରୁଛି ବଲାଙ୍ଗୀର ସଦର ଥାନା ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/22/56-2025-08-22-14-55-03.jpg)