କାଳ ହେଳା ଟ୍ରେଡିଂ ଆପ୍ । ଟଙ୍କା ହାରି ଜୀବନ ହାରିଲେ ଯୁବକ । ୨୫ ଲକ୍ଷ ହାରିବା ପରେ ଟ୍ରେନ୍ ଟ୍ରାକରେ ଶୋଇପଡ଼ିଲେ...

18,m .jpg

କନକ ବ୍ୟୁରୋ: ଟ୍ରେଡିଂ ଆପରେ ଟଙ୍କା ହାରିଲେ । ଟ୍ରେନ୍ ଟ୍ରାକରେ ଶୋଇ ଜୀବନ ଦେଇଦେଲେ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଆରପି ଥାନା ଅନ୍ତର୍ଗତ ବାଲିଜୁରୀରେ । ମୃତକ କେନ୍ଦ୍ରାପଡ଼ା ଲଙ୍କାପଡ଼ାର ଅଚ୍ୟୁତାନନ୍ଦ ସାହୁ । 

ଅଚ୍ୟୁତାନନ୍ଦ ଟ୍ରେଡିଂ ଆପରେ ୨୦ରୁ ୨୫ ଲକ୍ଷ ଟଙ୍କା ହରାଇଛନ୍ତି । ଲୋନ୍‌ କରି ସେ ଟଙ୍କା ଲଗାଇଥିଲେ। ଟଙ୍କା ହାରିଯିବା ପରେ ସେ ନିଜ ଜୀବନ ବି ହାରିଛନ୍ତି । ଝାରସୁଗୁଡ଼ା ଜିଆରପି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । 

ତେବେ ଆସନ୍ତା ୧୭ ତାରିଖରେ ଅଚ୍ୟୁତାନନ୍ଦଙ୍କ ବିବାହ ସ୍ଥିର ହୋଇଥିବା ବେଳେ ଏହାର ସପ୍ତାହେ ପୂର୍ବରୁ ତାଙ୍କ ଆତ୍ମହତ୍ୟା ଘଟଣା ସମସ୍ତଙ୍କୁ ବେଶ୍‌ ବିଚଳିତ କରିଦେଇଛି । ଜୀବନ ହାରିବା ପୂର୍ବରୁ ସେ ହ୍ବାଟସ ଆପରେ ଶେଷ ମେସେଜ୍ ଛାଡିଯାଇଛନ୍ତି । ଜୀବନରେ ଗୋଟେ ଭୁଲ ଯୋଗୁ ଜୀବନ ହରେଇବାକୁ ବାଧ୍ୟ ହେଉଛି ବୋଲି ଲେଖିଛନ୍ତି । ଯେତେ ସୁଧାରିବାକୁ ଚାହିଁଲେ ବି ସୁଧାରି ପାରିଲିନି । ମୋ ଭୁଲ ପାଇଁ ମୋତେ ହିଁ ଶାସ୍ତି ଦରକାର ବୋଲି ଲେଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe