କନକ ବ୍ୟୁରୋ : ବିଦ୍ୟୁତ ଆଘାତରେ ଗଲା ଜୀବନ । ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ହୋଇଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଏହି ଅଘଟଣ ଘଟିଛି । ୱେଲଡିଂ କାମ କରୁଥିବା ବେଳେ କରେଣ୍ଟ ଲାଗିଯାଇଥିଲା । ମୃତକ ହେଲେ ୩୫ ବର୍ଷୀୟ ଯୁବକ ସମୀର ଦର୍କା । କୁଚିଣ୍ଡା ମୁଖ୍ୟାଳୟ ସ୍ଥିତ ପୁରୁଣା ସିନେମା ହଲ ସମ୍ମୁଖ ଫରେଷ୍ଟ ଅଫିସ କର୍ମଚାରୀ ବାସଗୃହରେ ଘରର ଓଲଡିଂ କାମ କରୁଥିଲେ । ଏହି ସମୟରେ ଘର ପାର୍ଶ୍ଵରେ ଯାଇଥିବା ୧୧ କେଭି ବିଦ୍ୟୁତ ତାରରେ ଲୁହା ପାଇପ ଲାଗି ଶ୍ରମିକ ଗୁରୁତର ହୋଇପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାକୁ ନିଆଯାଇଥିବା ବେଳେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସମ୍ବଲପୁର କୁଚିଣ୍ଡାରେ ୧୧ କେଭି, ବିଦ୍ୟୁତ୍ ତାର ଲାଗି ଯୁବକ ମୃତ, ୱେଲଡିଂ କାମ କରୁଥିବା ବେଳେ ଲାଗିଗଲା କରେଣ୍ଟ
କୁଚିଣ୍ଡା ମୁଖ୍ୟାଳୟ ସ୍ଥିତ ପୁରୁଣା ସିନେମା ହଲ ସମ୍ମୁଖ ଫରେଷ୍ଟ ଅଫିସ କର୍ମଚାରୀ ବାସଗୃହରେ ଘରର ଓଲଡିଂ କାମ କରୁଥିଲେ । ଏହି ସମୟରେ ଘର ପାର୍ଶ୍ଵରେ ଯାଇଥିବା ୧୧ କେଭି ବିଦ୍ୟୁତ ତାରରେ ଲୁହା ପାଇପ ଲାଗି ଶ୍ରମିକ ଗୁରୁତର ହୋଇପଡିଥିଲେ ।
/kanak/media/media_files/2025/07/04/asdfsdfksd-2025-07-04-16-40-44.jpg)