ଫାଟିଲା ଗ୍ୟାସ ସିଲିଣ୍ଡର ; ଉଡ଼ିଗଲା ଛାତ, ଯୁବକ ଗୁରୁତର

ଗ୍ୟାସ ସିଲିଣ୍ଡର ଫାଟି ଯୁବକ ଗୁରୁତର ।  ଗଞ୍ଜାମ ଦିଗପହଣ୍ଡି ବାଗଡା ଗାଁରେ ଅଘଟଣ  ରୋଷେଇ ବେଳେ ଗ୍ୟାସ ସିଲିଣ୍ଡର ଫାଟି ଉଡିଗଲା ଘର ଛାତ ।  ଗୁରୁତର ଯୁବକ ଏମ୍‌କେସିଜିରେ ଭର୍ତ୍ତି ।

39

କନକ ବ୍ୟୁରୋ: ଗ୍ୟାସ ସିଲିଣ୍ଡର ଫାଟି ଜଣେ ଯୁବକ ଗୁରୁତର ।  ଘଟଣା ହେଉଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ବଡଡୁମୁଳା ପଞ୍ଚାୟତ ବାଗଡା ଗ୍ରାମର । ରୋଷେଇ ପାଇଁ ଗ୍ୟାସ  ସିଲିଣ୍ଡର ଲଗାଇଥିବା ବେଳେ ଗ୍ୟାସ ବିସ୍ଫୋରଣ ହୋଇଥିଲା । ଘର ଛାତ ଉଡ଼ିଯିବା ସହ ଘରେ ଥିବା ସମସ୍ତ ଘରକରଣା ସାମଗ୍ରୀ ନଷ୍ଟ ହୋଇଛି । ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ବେଳେ ତାଙ୍କୁ ପ୍ରଥମେ ବୋମକେଇ ମେଡିକାଲ ପରେ ଦିଗପହଣ୍ଡି ମେଡିକାଲ ନିଆଯାଇଥିଲା ଅବସ୍ଥା ସଂକଟାପନ୍ନ ହେବାରୁ ବ୍ରହ୍ମପୁର ନିଆଯାଇଥିବା ସୂଚନା ମିଳିଛି । ତେବେ ଏକ ବର୍ଷ ମଧ୍ୟରେ ୧୦ ରୁ ଅଧିକ ଗ୍ୟାସ୍ ସିଲିଣ୍ଡର୍ ଫାଟିବା ସମସ୍ତଙ୍କ ମନରେ ସନ୍ଧେହ ସୃଷ୍ଟି କରୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe