କନକ ବ୍ୟୁରୋ: ଗ୍ୟାସ ସିଲିଣ୍ଡର ଫାଟି ଜଣେ ଯୁବକ ଗୁରୁତର ।  ଘଟଣା ହେଉଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ବଡଡୁମୁଳା ପଞ୍ଚାୟତ ବାଗଡା ଗ୍ରାମର । ରୋଷେଇ ପାଇଁ ଗ୍ୟାସ  ସିଲିଣ୍ଡର ଲଗାଇଥିବା ବେଳେ ଗ୍ୟାସ ବିସ୍ଫୋରଣ ହୋଇଥିଲା । ଘର ଛାତ ଉଡ଼ିଯିବା ସହ ଘରେ ଥିବା ସମସ୍ତ ଘରକରଣା ସାମଗ୍ରୀ ନଷ୍ଟ ହୋଇଛି । ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ବେଳେ ତାଙ୍କୁ ପ୍ରଥମେ ବୋମକେଇ ମେଡିକାଲ ପରେ ଦିଗପହଣ୍ଡି ମେଡିକାଲ ନିଆଯାଇଥିଲା ଅବସ୍ଥା ସଂକଟାପନ୍ନ ହେବାରୁ ବ୍ରହ୍ମପୁର ନିଆଯାଇଥିବା ସୂଚନା ମିଳିଛି । ତେବେ ଏକ ବର୍ଷ ମଧ୍ୟରେ ୧୦ ରୁ ଅଧିକ ଗ୍ୟାସ୍ ସିଲିଣ୍ଡର୍ ଫାଟିବା ସମସ୍ତଙ୍କ ମନରେ ସନ୍ଧେହ ସୃଷ୍ଟି କରୁଛି ।