ଶ୍ରୀମନ୍ଦିର ଭିତରେ ହିଡେନ୍ କ୍ୟାମେରା: ହିଡେନ୍ କ୍ୟାମେରା ଥିବା ଚଷମା ନେଇ ଧରାପଡିଲେ ଯୁବକ

ନିଜ ଚଷମାରେ ହିଡେନ୍ କ୍ୟାମେରା ଲେନ୍ସ ଲଗାଇ ଭିତର ଭିଜୁଆଲ ଉତ୍ତୋଳନ କରୁଥିଲା । ଚଷମାରେ ଲାଗିଥିବା ଲେନ୍ସରୁ ଫୋଟୋ ଭିଡିଓ ଗୁଡ଼ିକ ସିଧାସଳଖ ମୋବାଇଲ୍‌କୁ ଯାଉଥିଲା । ବେହରଣ ଦ୍ଵାର ନିକଟରେ ସନ୍ଦେହ ହେବାରୁ ଯୁବକକୁ ପୁଲିସ ଧରିଥିଲା ।

18

Photograph: (kanak news)

କନକ ବ୍ୟୁରୋ: ଶ୍ରୀମନ୍ଦିର ଭିତରେ ହିଡେନ୍ କ୍ୟାମେରା । କ୍ୟାମେରା ଥିବା ଚଷମା ପିନ୍ଧି ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ ପୁରୀ ଗଜପତି ନଗରର ଯୁବକ। ଧରା ପଡିବା ପରେ କାଗଜ ପତ୍ରରେ ଲେଖାପଢ଼ା କରି ଯୁବକକୁ ଛାଡ଼ି ଦେଇଛି ସିଂହଦ୍ବାର ପୁଲିସ। ଅଭିନବ ଉପାୟରେ ଶ୍ରୀମନ୍ଦିର ଭିତରେ କଏଦ କରିଥିଲା ଫୋଟୋ ଭିଡିଓ । ନିଜ ଚଷମାରେ ହିଡେନ୍ କ୍ୟାମେରା ଲେନ୍ସ ଲଗାଇ ଭିତର ଭିଜୁଆଲ ଉତ୍ତୋଳନ କରୁଥିଲା । ଚଷମାରେ ଲାଗିଥିବା ଲେନ୍ସରୁ ଫୋଟୋ ଭିଡିଓ ଗୁଡ଼ିକ ସିଧାସଳଖ ମୋବାଇଲ୍‌କୁ ଯାଉଥିଲା । ବେହରଣ ଦ୍ଵାର ନିକଟରେ ସନ୍ଦେହ ହେବାରୁ ଯୁବକକୁ ପୁଲିସ ଧରିଥିଲା । ଯୁବକକୁ ଧରିବା ସହ ପଚରାଉଚୁରା କରିବା ପରେ ଛାଡିଦେଇଛି ପୁଲିସ । ସେହିପରି ଏଏସ୍‌ଆଇ ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ ମଧ୍ୟ ଶ୍ରୀମନ୍ଦିର ଓ ରତ୍ନଭଣ୍ଡାର ଫଟୋ କିଛି ସମୟ ପାଇଁ ପୋଷ୍ଟ ହୋଇଥିଲା । ରତ୍ନଭଣ୍ଡାର ମରାମତି କାମରେ ନିୟୋଜିତ ଥିବାବେଳେ ଏଏସଆଇର ଏକ୍ସ ଆକାଉଣ୍ଟରେ ଶ୍ରୀମନ୍ଦିର ଭିତର ଫଟୋ ପୋଷ୍ଟ ହେବାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏଭଳି ଅନେକ ଘଟଣା ବାରମ୍ବାର ଘଟୁଥିଲେ ବି ବର୍ତ୍ତମାନ ସୁଦ୍ଧା ସେଭଳି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ । ପୂର୍ବରୁ ଅନେକ ଥର ଶ୍ରୀମନ୍ଦିର ଭିତରୁ ଫଟୋ, ଭିଡିଓ ଭାଇରାଲ ହୋଇଛି । ଅନେକ ଲୋକ ମୋବାଇଲ ସହ ଶ୍ରୀମନ୍ଦିର ଭିତରୁ ଧରା ପଡୁଛନ୍ତି ମଧ୍ୟ। ମାତ୍ର କାର୍ଯ୍ୟାନୁଷ୍ଠାନ ଶୂନ । 

ଭାଙ୍ଗୁଛନ୍ତି କଟକଣା, କାର୍ଯ୍ୟାନୁଷ୍ଠାନ ଶୂନ
- ମହାପ୍ରଭୁଙ୍କ ସୁରକ୍ଷାକୁ ନେଇ ବଢୁଛି ଚିନ୍ତା
- ଶ୍ରୀମନ୍ଦିର ଭିତରକୁ ଯାଉଛି ହିଡେନ୍ କ୍ୟାମେରା
- ବାହାରରୁ ଆସୁଛି ଶ୍ରୀମନ୍ଦିର ଭିତର ଫଟୋ, ଭିଡିଓ
- କେମିତି ଶ୍ରୀମନ୍ଦିର ଭିତରକୁ ଯାଉଛି କ୍ୟାମେରା?
- କାହିଁକି କଠୋର ହେଉନି ଶ୍ରୀମନ୍ଦିର ପ୍ରଶାସନ?
- କଡ଼ାକଡ଼ି ଭାବେ ପାଳନ ହେଉଛି ତ ଆଇନ?
- ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ହୋଇଛନ୍ତି କି କେହି ଗିରଫ?
- ଅନେକ ଘଟଣା ସାମ୍ନାକୁ ଆସିଥିଲେ ବି କାହିଁକି କାହା ବିରୁଦ୍ଧରେ ହୋଇନି ଚାର୍ଜସିଟ୍?
- କେବଳ କାଗଜପତ୍ରରେ ରହିଯାଇଛି କଟକଣା
- ହିଡେନ୍ କ୍ୟାମେରା ନେଇଥିବା ଯୁବକଙ୍କୁ କାହିଁକି ଛାଡ଼ିଲା ପୁଲିସ?
- ରତ୍ନଭଣ୍ଡାର ଫଟୋ ଭାଇରାଲ କରିଥିବା ଏଏସ୍‌ଆଇ ବିରୋଧରେ କ'ଣ ନିଆଯିବ କାର୍ଯ୍ୟାନୁଷ୍ଠାନ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe