ଟ୍ରେନରୁ କୋଇଲା କୋଇଲା ଚୋରି କଲାବେଳେ ଜଳିଗଲେ ; ଗୁରୁତର ଅବସ୍ଥାରେ ହସ୍ପିଟାଲରେ  ଭର୍ତ୍ତି ଯୁବକ

ଟ୍ରେନରୁ କୋଇଲା ଚୋରି କରିବା ପଡ଼ିଲା ମହଙ୍ଗା । ଜୀଅନ୍ତା ଜଳିଗଲେ ଯୁବକ । ଅନୁଗୁଳ ନିଶା ଥାନା ଗୋଳାବନ୍ଧ ରେଳ ଫାଟକ ନିକଟରେ ଅଘଟଣ

coal

coal Photograph: (kanakNews)

କନକ ବ୍ୟୁରୋ: ଟ୍ରେନରୁ କୋଇଲା ଚୋରି କରିବା ପଡ଼ିଲା ମହଙ୍ଗା । ଜୀଅନ୍ତା ଜଳିଗଲେ ଯୁବକ । ଅନୁଗୁଳ ନିଶା ଥାନା ଗୋଳାବନ୍ଧ ରେଳ ଫାଟକ ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁତର ଜଣକ ହେଲେ ଠାକୁରଗଡ ଥାନା ଗିରିଧା ଗାଁର ସହଦେବ ନାଏକ। 

ସୂଚନା ଅନୁସାରେ, ସହଦେବ ନାଏକ ଗୋଳାବନ୍ଧ ଗ୍ରାମରେ ରହି ଏକ ଏକ ଘରୋଇ ସଂସ୍ଥାରେ କାର୍ୟ୍ୟ କରନ୍ତି ।କୋଇଲା ବୋଝେଇ ଟ୍ରେନ ଯାଉଥିଲା। ସେହି ଟ୍ରେନ ଉପରେ ସହଦେବ ଚଢି କୋଇଲା ନେଉଥିବାବେଳେ  ଉପରେ ଯାଇଥ‌ିବା ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳି ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। କିନ୍ତୁ ସହଦେବଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଛି । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe