କନକ ବ୍ୟୁରୋ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା । ଠେଙ୍ଗାରେ ପିଟି ହତ୍ୟାକଲା ଦୁର୍ବୃତ୍ତ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ପଣ୍ଡୁଆ ଗ୍ରାମରେ ଘଟିଛି ଏଭଳି ଅଘଟଣ । ପୂର୍ବ ଶତୃତାକୁ କେନ୍ଦ୍ରକରି କିଛି ଦିନ ତଳେ ଅଭିଯୁକ୍ତ ଓ ମୃତକଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ହାତାହାତି ହୋଇଥିଲା । ଏହି ଘଟଣାରେ ମାମଲା ରୁଜୁହୋଇ କୋର୍ଟ କଚେରି ପର୍ଯ୍ୟନ୍ତ କଥା ଯାଇଥିଲା । ଆଜି ସନ୍ଧ୍ୟାରେ ଅଭିଯୁକ୍ତ ହଠାତ ଏକ ଠେଙ୍ଗା ସାହାଯ୍ୟରେ ଅତର୍କିତ ଭାବେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା । ହତ୍ୟାପରେ ଘଟଣା ସ୍ଥଳରୁ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲା । ମୃତକଙ୍କ ମୃତଦେହ ରଖି ସାହି ଲୋକେ ରାସ୍ତାରେ ଟାୟାର ଜାଳିବା ସହ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ଧାରଣାରେ ବସିଥିଲେ । ଏହାପରେ ଅଭିଯୁକ୍ତ ଗିରଫ ହୋଇଛି । ମୃତକଙ୍କ ପରିବାର ଲୋକେ ଅଭିଯୁକ୍ତଙ୍କ ଘର ଜାଳିଦେବା ସହ ୩ ଜଣଙ୍କୁ ଆକ୍ରମଣ କରିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us