କନକ ବ୍ୟୁରୋ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା । ଠେଙ୍ଗାରେ ପିଟି ହତ୍ୟାକଲା ଦୁର୍ବୃତ୍ତ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ପଣ୍ଡୁଆ ଗ୍ରାମରେ ଘଟିଛି ଏଭଳି ଅଘଟଣ । ପୂର୍ବ ଶତୃତାକୁ କେନ୍ଦ୍ରକରି କିଛି ଦିନ ତଳେ ଅଭିଯୁକ୍ତ ଓ ମୃତକଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ହାତାହାତି ହୋଇଥିଲା । ଏହି ଘଟଣାରେ ମାମଲା ରୁଜୁହୋଇ କୋର୍ଟ କଚେରି ପର୍ଯ୍ୟନ୍ତ କଥା ଯାଇଥିଲା । ଆଜି ସନ୍ଧ୍ୟାରେ ଅଭିଯୁକ୍ତ ହଠାତ ଏକ ଠେଙ୍ଗା ସାହାଯ୍ୟରେ ଅତର୍କିତ ଭାବେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା । ହତ୍ୟାପରେ ଘଟଣା ସ୍ଥଳରୁ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲା । ମୃତକଙ୍କ ମୃତଦେହ ରଖି ସାହି ଲୋକେ ରାସ୍ତାରେ ଟାୟାର ଜାଳିବା ସହ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ଧାରଣାରେ ବସିଥିଲେ । ଏହାପରେ ଅଭିଯୁକ୍ତ ଗିରଫ ହୋଇଛି । ମୃତକଙ୍କ ପରିବାର ଲୋକେ ଅଭିଯୁକ୍ତଙ୍କ ଘର ଜାଳିଦେବା ସହ ୩ ଜଣଙ୍କୁ ଆକ୍ରମଣ କରିଛନ୍ତି ।
ଯୁବକକୁ ପିଟିପିଟି ହତ୍ୟା ; ସ୍ଥାନୀୟ ଲୋକଙ୍କ ରାସ୍ତାରୋକ ପରେ ଅଭିଯୁକ୍ତ ଗିରଫ
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କେନ୍ଦୁଝରରେ ହାଟଡିହିରେ ଯୁବକଙ୍କୁ ଠେଙ୍ଗାରେ ପିଟି ପଟି ହତ୍ୟା । ସାହିଲୋକଙ୍କ ରାସ୍ତାରୋକ ସହ ଧାରଣା ପରେ ଗିରଫ ହେଲେ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ଘର ଜାଳିଦେଲେ ମୃତକଙ୍କ ପରିବାର । ଆକ୍ରମଣରେ ୩ ଆହତ
/kanak/media/media_files/2024/10/16/9jRmwUysmdojozozIqhO.jpg)