କନକ ବ୍ୟୁରୋ: ୩୬ ବର୍ଷୀୟ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ । ନିଶା ନିବାରଣ କେନ୍ଦ୍ର ବିରୋଧରେ ହତ୍ୟା ଅଭିଯୋଗ ଆସିଛି । ଭୁବନେଶ୍ୱର ଏୟାରଫିଲଡ଼ ଥାନା ଅଞ୍ଚଳରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ମୃତକ ହେଉଛନ୍ତି ୟୁନିଟ ୬ ଅଞ୍ଚଳର ୩୬ ବର୍ଷୀୟ ସୁମନ୍ତ ପଣ୍ଡା । ମୃତଦେହ କ୍ୟାପିଟାଲ ହସ୍ପିଟାଲରେ ରହିଛି। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗତକାଲି ରାତିରେ ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତାଙ୍କୁ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।
ନିଶା ଛଡାଇବାକୁ ଯୁବକଙ୍କୁ ପିଟିପିଟି ମାରିଦେଲେ ; ମୃତକ ୟୁନିଟ୍-୬ ଅଞ୍ଚଳର
ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ପିଟି ହତ୍ୟା । ଏୟାରପୋର୍ଟ ଅଞ୍ଚଳର କେନ୍ଦ୍ର ବିରୋଧରେ ଆସିଲା ସାଂଘାତିକ୍ ଅଭିଯୋଗ । ଗତକାଲି ନିଶା ଛଡ଼ାଇବାକୁ ଭର୍ତ୍ତି ହୋଇଥିଲେ ୟୁନିଟ୍-୬ ଅଞ୍ଚଳର ଯୁବକ । ଶରୀରରେ ରହିଛି ମାଡ଼ ଦାଗ ।
/kanak/media/media_files/2024/11/11/Pv0ZlNXnvfE14ediHf5v.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)