କନକ ବ୍ୟୁରୋ: ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ। ଭରତପୁର ଅଞ୍ଚଳରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ଅଘଟଣ । କଟକ ଜିଲ୍ଲା ବାଙ୍କୀ ଥାନା ସିଂହନାଥପୁରର ସୂର୍ଯ୍ୟକାନ୍ତ ମହାପାତ୍ରଙ୍କ ହୋଇଛି ମୃତ୍ୟୁ । ଅଗଷ୍ଟ ୨୯ ତାରିଖ ଦିନ ଡିଅର ଲାଇଭ ହିଲିଂ ନାମକ ନିଶା ନିବାରଣ କେନ୍ଦ୍ରରେ ସୂର୍ଯ୍ୟକାନ୍ତଙ୍କୁ ଭର୍ତ୍ତି କରାଯାଇଥିଲା । ଗତକାଲି ସନ୍ଧ୍ୟାରେ ସେ ଆତ୍ମହତ୍ୟା କରିଥିବା ନିଶା ନିବାରଣ କେନ୍ଦ୍ର ପକ୍ଷରୁ ଜଣାଯାଇଥିଲା। କିନ୍ତୁ ପରିବାର ଲୋକେ ପହଁଚିବା ବେଳକୁ ଏହା ଆତ୍ମହତ୍ୟା  ନୁହେଁ, ବରଂ ହତ୍ୟା ବୋଲି ଅଭିଯୋଗ ଆଣିଥିଲେ । ମୃତ ବ୍ୟକ୍ତିଙ୍କ ବୟସ ୨୮ ବର୍ଷ । ତୁରନ୍ତ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ପରିବାର । ସେପଟେ ନିଶା ନିବାରଣ କେନ୍ଦ୍ର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।