ସଂସଦ ଭବନ ଆଗରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ : କାରଣ ଅସ୍ପଷ୍ଟ, ଯୁବକ ଗୁରୁତର

Advertisment

ମଙ୍ଗଳବାର ସଂସଦ ଭବନ ନିକଟରେ ନିଜକୁ ନିଆଁ ଲଗାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ନିଆଯାଇଛି ।

ମଙ୍ଗଳବାର ସଂସଦ ଭବନ ନିକଟରେ ନିଜକୁ ନିଆଁ ଲଗାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ନିଆଯାଇଛି ।

େୋଲେୋ୍

େୋଲେୋ୍ Photograph: (େୋଲେୋ୍ )

କନକବ୍ୟୁରୋ : ମଙ୍ଗଳବାର ସଂସଦ ଭବନ ନିକଟରେ ନିଜକୁ ନିଆଁ ଲଗାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଗୁରୁତର ଅବସ୍ଥାରେ ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ନିଆଯାଇଛି ।  ଗୁରୁତର ହୋଇପଡିଥିବା ବ୍ୟକ୍ତିଙ୍କ ଅବସ୍ଥା ଦେଖି ପୁଲିସ ଆହତ ବ୍ୟକ୍ତିଙ୍କୁ ଆରଏମଏଲ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିବା ସାମ୍ନାକୁ ଆସିଛି । ବର୍ତ୍ତମାନ ସୁରକ୍ଷା ଦୃଷ୍ଟିରୁ ଏହା ଏକ ବଡ ଘଟଣା ହୋଇଥିବାରୁ ପୁଲିସ ତୁରନ୍ତ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । 

ପୁଲିସ ସୂଚନାନୁସାରେ, ବ୍ୟକ୍ତି ଜଣକ ରେଳ ଭବନ ନିକଟ ପାର୍କରେ ନିଜକୁ ନିଆଁ ଲଗାଇ ଦେବା ପରେ ସଂସଦ ଗୃହ ଆଡକୁ ଦୌଡ଼ି ଆସିଥିଲେ  । 

ଲୋକମାନେ ଏହା ଦେଖିବା ମାତ୍ରେ ସେମାନେ ଦିଲ୍ଲୀ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଶୀଘ୍ର ଉକ୍ତ ବ୍ୟକ୍ତିଙ୍କୁ ଅଟକାଇ ଏକ କମ୍ବଳ ଘୋଡାଇ ଦେଇଥିଲା। ଏବେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । 

ବ୍ୟକ୍ତି ଜଣକ ଏପରି କରିବାର କାରଣ ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ  ଅନୁସନ୍ଧାନ ପାଇଁ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି । ଘଟଣାସ୍ଥଳରୁ ଅଧା ପୋଡିଯାଇଥିବା ୨ ପୃଷ୍ଠାର ନୋଟ୍ ମିଳିଛି, ଯାହାକୁ ଜବତ କରିଛି ପୁଲିସ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe