ଭଦ୍ରକ ରାମଚନ୍ଦ୍ରପୁର ଗାଁରେ ଯୁବକଙ୍କୁ ଏସିଡ ମାଡ଼ : ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

Advertisment

ଘରେ ଶୋଇଥିବା ବେଳେ ଯୁବକଙ୍କୁ ଏସିଡ ମାଡ଼ । ଭଦ୍ରକ ବାସୁଦେବପୁରର ରାମଚନ୍ଦ୍ରପୁର ଗାଁରେ ଯୁବକଙ୍କୁ ଏସିଡ ମାଡ଼

Updated On

ଘରେ ଶୋଇଥିବା ବେଳେ ଯୁବକଙ୍କୁ ଏସିଡ ମାଡ଼ । ଭଦ୍ରକ ବାସୁଦେବପୁରର ରାମଚନ୍ଦ୍ରପୁର ଗାଁରେ ଯୁବକଙ୍କୁ ଏସିଡ ମାଡ଼

ଅଦ୍ୟତନ ହୋଇଛି
 ACID

Photograph: (KanakNews )

କନକବ୍ୟୁରୋ : ଘରେ ଶୋଇଥିବା ବେଳେ ଯୁବକଙ୍କୁ ଏସିଡ ମାଡ଼। ଭଦ୍ରକ ବାସୁଦେବପୁରର ରାମଚନ୍ଦ୍ରପୁର ଗାଁରେ ଯୁବକଙ୍କୁ ଏସିଡ ମାଡ଼ ।  ଗାଁର ସନାତନ ପଲେଇଙ୍କ ପୁଅ ଜଗବନ୍ଧୁ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଝରକା ବାହାରୁ ଏସିଡ ଫିଙ୍ଗି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । କେଉଁ କାରଣ ପାଇଁ ଏଭଳି ଘଟିଛି ବର୍ତ୍ତମାନ ସୁଦ୍ଧା  ସେନେଇ କୌଣସି ସୂଚନା ମିଳିନାହିଁ  ,   ତେବେ ଜଗବନ୍ଧୁକୁ ଗୁରୁତର ଅବସ୍ଥାରେ ଉଧାରକରି ବାସୁଦେବପୁର ପରେ କଟକ ସ୍ଥାନାନ୍ତର କରାଯାଇଛି । ସେପଟେ ଶିବ ମନ୍ଦିରରୁ ଯୁବକଙ୍କ ମୃତଦେହ ଉଦ୍ଧାର  । 

ଯୁବକଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଯାଜପୁର ଥାନା ମୋଟରଙ୍ଗାପାଳର ଇଶାନେସ୍ୱର ଶିବ ମନ୍ଦିରରୁ ଯୁବକ ଜଣକର ମୃତଦେହ ଉଦ୍ଧାର କରାଯାଇଛି।  ବିଲ ମଝିରେ ଥିବା ଶିବ ମନ୍ଦିରରେ ଘଟିଛି ଘଟଣା ।   ଯୁବକ ଜଣକ ହେଉଛନ୍ତି ସ୍ଥାନୀୟ ଅଂଚଳର ମନୋଜ ଜେନା । ମନୋଜଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଝୁଲାଇଥିବା ଅନୁମାନ କରାଯାଉଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଂଚି ଛାନଭିନ୍ ଆରମ୍ଭ କରିଛି  ।  
--

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe