କନକବ୍ୟୁରୋ : ଘରେ ଶୋଇଥିବା ବେଳେ ଯୁବକଙ୍କୁ ଏସିଡ ମାଡ଼। ଭଦ୍ରକ ବାସୁଦେବପୁରର ରାମଚନ୍ଦ୍ରପୁର ଗାଁରେ ଯୁବକଙ୍କୁ ଏସିଡ ମାଡ଼ । ଗାଁର ସନାତନ ପଲେଇଙ୍କ ପୁଅ ଜଗବନ୍ଧୁ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଝରକା ବାହାରୁ ଏସିଡ ଫିଙ୍ଗି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । କେଉଁ କାରଣ ପାଇଁ ଏଭଳି ଘଟିଛି ବର୍ତ୍ତମାନ ସୁଦ୍ଧା ସେନେଇ କୌଣସି ସୂଚନା ମିଳିନାହିଁ , ତେବେ ଜଗବନ୍ଧୁକୁ ଗୁରୁତର ଅବସ୍ଥାରେ ଉଧାରକରି ବାସୁଦେବପୁର ପରେ କଟକ ସ୍ଥାନାନ୍ତର କରାଯାଇଛି । ସେପଟେ ଶିବ ମନ୍ଦିରରୁ ଯୁବକଙ୍କ ମୃତଦେହ ଉଦ୍ଧାର ।
ଯୁବକଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଯାଜପୁର ଥାନା ମୋଟରଙ୍ଗାପାଳର ଇଶାନେସ୍ୱର ଶିବ ମନ୍ଦିରରୁ ଯୁବକ ଜଣକର ମୃତଦେହ ଉଦ୍ଧାର କରାଯାଇଛି। ବିଲ ମଝିରେ ଥିବା ଶିବ ମନ୍ଦିରରେ ଘଟିଛି ଘଟଣା । ଯୁବକ ଜଣକ ହେଉଛନ୍ତି ସ୍ଥାନୀୟ ଅଂଚଳର ମନୋଜ ଜେନା । ମନୋଜଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଝୁଲାଇଥିବା ଅନୁମାନ କରାଯାଉଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଂଚି ଛାନଭିନ୍ ଆରମ୍ଭ କରିଛି ।
--