କନକବ୍ୟୁରୋ : ଟିକଟକ ପରେ ଯୁବସମାଜ କୁ  ଏବେ ଘାରିଛି ଇନଷ୍ଟାଗ୍ରାମ ରିଲ୍ସ । ରିଲ୍ସ ତିଆରି କରି ସେସବୁ ଅପଲୋଡ କରିବା ନିଶାରେ ମାତିଛନ୍ତି ଯୁବସମାଜ । ଭାଇରାଲ ହେବାର ନିଶା ଏତେ ଘାରିଛି ଯେ, ଦିନ ବିତୁଛି ରିଲ୍ସ ରେ ଆଉ ସକାଳ ଆରମ୍ଭ ହେଉଛି ରିଲ୍ସ ଦୁନିଆରୁ ।  ଏମିତି ନିଶା ମାତିଛି ଯେ ନା ମାନୁଛନ୍ତି ରାସ୍ତାଘାଟ ନା ସ୍ଥାନ କାଳ ପାତ୍ର , କିଏ ଟ୍ରେନ ଲାଇନରେ ତ ଆଉ କିଏ ରାସ୍ତା ମଝିରେ କରୁଛି ରିଲ୍ସ  ।  ଚାଲିଛି ରିଲ୍ସ ସୁଟିଂ  ।   କିଏ ଜଣେ ଡ୍ୟାନ୍ସ କରୁଛନ୍ତି, ଆଉ ଜଣେ ଭିଡିଓ ସୁଟ କରିବାରେ ବ୍ୟସ୍ତ  ।

Advertisment

ଆଉ ଅନ୍ୟ ବନ୍ଧୁମାନେ ଦେଉଛନ୍ତି ନିର୍ଦ୍ଦେଶନା  । ଟ୍ରେଣ୍ଡିଂ ଗୀତକୁ ବାଛି କରୁଛନ୍ତି ଡ୍ୟାନ୍ସ   ।  ଏବେ ଏଭଳି ରିଲ୍ସ ନିଶାରେ ମାତିଛନ୍ତି ଯୁବସମାଜ  ।  ଭୁବନେଶ୍ୱର ଖଣ୍ଡଗିରି ପାହାଡ ପାଦଦେଶରେ ଏଭଳି ସୁଟିଂ ଚାଲିଛି  ।  ସକାଳ ହେଲେ ରିଲ୍ସ ସୁଟିଂ ପାଇଁ ଜମୁଛି ଯୁବସମାଜଙ୍କ ଭିଡ । ଏହି ନିଶା ଏତେ ଘାରିଛି ଯେ, ରାସ୍ତାଘାଟରେ କଣ ଘଟୁଛି ସେସବୁ ଦେଖିବାକୁ ବି ସମୟ ନାହିଁ  ।  ରାସ୍ତାରେ ଗାଡି ଯାଉଛି  ,  ଦୁର୍ଘଟଣା ହେବାର ବହୁ ସମ୍ଭାବନା ବି  ରହିଛି ତଥାପି ସେଥିପ୍ରତି ନାହିଁ  କାହାର ନିଘା  । 

ଏମିତି ଏବେ କିଛି ଯୁବସମାଜ ରହିଛନ୍ତି ଯାହାଙ୍କ କଥା ଆମେ ଏଠାରେ ଉଲ୍ଲେଖ କରୁଛୁ ସେମାନେ ଦିନରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରନ୍ତି  ।  ପରେ ସମୟ ପାଇଲେ ରିଲ୍ସ କରି ହାତ ଖର୍ଚ୍ଚ ବାହାର କରନ୍ତି । ଏମାନେ ହେଉଛନ୍ତି ରାକେଶ ,  କାହ୍ନା ,  ଆକାଶ , ପ୍ରଥମେ ରାକେଶ ରିଲ୍ସ କଲେ ପରେ ଏବେ ରିଲ୍ସ ନିଶାରେ କାହ୍ନା ଆକାଶ  ପଡିଯାଇଛନ୍ତି । ଭାଇରାଲ ହେବାର ନିଶା ଏମାନଙ୍କୁ ଘାରିଛି  । ପୂର୍ବରୁ ଟିକଟକରେ ଭିଡିଓ କରୁଥିବାବେଳେ ଏବେ ଇନଷ୍ଟାଗ୍ରାମରେ ରିଲ୍ସ ଅପଲୋଡ କରୁଛନ୍ତି ।

ପୁରା  ଅଭିନେତାଙ୍କ ଭଳି ଅଭିନୟ ଓ ଡ୍ୟାନ୍ସ କରୁଛନ୍ତି  ।  ଏସବୁ ପାଇଁ ଲକ୍ଷାଧିକ ଟଙ୍କାର ମୋବାଇଲ ବି କିଣିଛନ୍ତି  । ବର୍ତ୍ତମାନର ଯୁବସମାଜଙ୍କ ପାଇଁ ଟଙ୍କା ରୋଜଗାରର ମାଧ୍ୟମ ସାଜିଛି ରିଲ୍ସ   ।  କିନ୍ତୁ ରିଲ୍ସ ସୁଟିଂ ବେଳେ ନିଜ ସୁରକ୍ଷା କଥା ଭୁଲିଯାଉଛନ୍ତି ଯୁବସମାଜ   ।  ରିଲ୍ସ ସୁଟିଂ ସମୟରେ ଅସାବଧାନତା ଯୋଗୁଁ ଅନେକଙ୍କର ମୃତ୍ୟୁ ଘଟିଥିବା ଚିତ୍ର ସାମ୍ନାକୁ ବି ଆସିଛି  । ରିଲ୍ସ ନିଶାରେ ମସଗୁଲ ଥିବା ଲୋକଙ୍କ ଏଭଳି  ଆଚରଣ ଉପରେ କଟକଣା ଲାଗିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି  ।