କନକ ବ୍ୟୁରୋ: କେନ୍ଦୁଝର ଆନନ୍ଦପୁର ଅଞ୍ଚଳର ଗୋଟିଏ ଅଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ଶୁଣିଲେ ନିଶ୍ଚୟ ଆପଣଙ୍କ ଛାତି ଥରିଉଠିବ । ଯେଉଁ ବଡ ଭାଇ ସାନ ଭାଇର ସବୁ ପ୍ରକାରର ଯତ୍ନ ନେଉଥିଲା ସେହି ସାନଭାଇ ବିଷଦେଇ ବଡଭାଇକୁ ମାରିବା ଚାଞ୍ଚଲ୍ୟ ସୃଷ୍ଟି କରିଛି । ସାନ ଭାଇ, ବଡ଼ ଭାଇକୁ ହତ୍ୟା କରିବା ପାଇଁ କରିଥିଲା ଷଡ଼ଯନ୍ତ୍ର ।

Advertisment
  • ଭାଇ ହେଲା ଭଗାରୀ
  • ବଡଭାଇକୁ ବିଷ ଦେଇ ମାରିଦେଲା ସାନଭାଇ

ଖାଦ୍ୟରେ ଧିରେ ଧିରେ ବଡଭାଇକୁ ବିଷ ଦେଇଥିଲା । ଶୋଇଥିବା ରୁମ ଭିତରେ ଫର୍ମାଲିନ ଓ ପୋଟାସିଅମ ମିଶାଇ ରୁମ ତାଲା ଦେଇ କୁଆଡେ ଚାଲିଯାଇଥିଲା। ତେବେ ସ୍ଥାନୀୟ ଲୋକ ଉଦ୍ଧାର କରି ବଡ଼ ଭାଇକୁ ଡାକ୍ତରଖାନାରେ ଭର୍ତି କରିଥିଲେ। ଆଉ ମୃତ୍ୟୁ ପୂର୍ବରୁ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଭାଇଙ୍କ କଥାବାର୍ତ୍ତାର ଅଡିଓ ଏବେ ସାମ୍ନାକୁ ଆସିଛି। 

  • ବଡଭାଇକୁ ମାରିବା  ପଛର କାରଣ କଣ?
  • ଟଙ୍କା ଲୋଭ ନା ଅନ୍ୟ ରହସ୍ୟ?

ସେପ୍ଟେମ୍ବର ୪ ତାରିଖରେ ହଠାତ ବଡ଼ ପୁଅ ଦେବବ୍ରତଙ୍କ ଫୋନ୍ ପାଇଥିଲେ ବାପା ପ୍ରଦୀପ ଦାସ। ଶୋଇଥିବା ରୁମ ଭିତରେ ଫର୍ମାଲିନ ଓ ପୋଟାସିଅମ ମିଶାଇ ରୁମ ତାଲା ଦେଇ ସତ୍ୟବ୍ରତ କୁଆଡେ ପଳାଇଛି ବୋଲି କହିଥିଲେ। ପରେ ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ମେଡିକାଲ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ଶେଷରେ ଗତ ଅକ୍ଟୋବର ୩ ତାରିଖରେ ଦେବବ୍ରତଙ୍କ ମୃତ୍ୟୁ ହୋଇଛି। ଦେବବ୍ରତ ଘସିପୁରା ଥାନା ଇନ୍ଦୁପୁରା ନିକଟରେ ଏକ ଦେଶୀ କୁକୁଡ଼ା ଫାର୍ମ କରି ସ୍ୱାବଲମ୍ବୀ ହେବାକୁ ଚେଷ୍ଟା କରୁଥିଲେ। ଫାର୍ମରେ ସାନ ଭାଇ ସତ୍ୟବ୍ରତକୁ ମଧ୍ୟ ରଖିଥିଲେ। l ଘଟଣା ପରେ ସତ୍ୟବ୍ରତ କୁଆଡେ ଫେରାର ହୋଇଯାଇଛି ।

ତେବେ ବର୍ତ୍ତମାନ ସୁଦ୍ଧା ପୋଲିସ ନିକଟରେ ଏ ନେଇ କୌଣସି ମାମଲା ହୋଇନାହିଁ । ହତ୍ୟା ପଛର କାରଣ କଣ ସେ ନେଇ ନାନା କଥା ଶୁଣିବାକୁ ମିଳୁଛି ।