କନକ ବ୍ୟୁରୋ: ସୁନ୍ଦରଗଡ ବିଶ୍ରା ବ୍ଲକ ଚିରୁବେଡ଼ା ଗାଁରେ ଡବଲ ମର୍ଡର ଘଟିଛି । ଜମି ବିବାଦକୁ ନେଇ ନିଜର ବଡ଼ ଭାଇ ଓ ଭାଉଜଙ୍କୁ ଫାର୍ସାରେ ହାଣି ହତ୍ୟା କରିଛି ସାନ ଭାଇ । ଗାଁର ନାମଜାଙ୍ଗ ମୁଣ୍ଡା, ତାଙ୍କ ନିଜ ବଡ଼ ଭାଇ ଏନ.ଏମ. ମୁଣ୍ଡା ଓ ଓ ଭାଉଜ ଶୋଭା ମୁଣ୍ଡାଙ୍କୁ ଫାର୍ସାରେ ହାଣି ହତ୍ୟା କରିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ଶନିବାର ସନ୍ଧ୍ୟା ସମୟରେ ଏନ.ଏମ. ମୁଣ୍ଡା ଘରେ ଶୋଇଥିବାବେଳେ ନାମଜାଙ୍ଗ ମୁଣ୍ଡା ତାଙ୍କୁ ଫାର୍ସାରେ ଆକ୍ରମଣ କରିଥିଲେ । ପରେ ଅଭିଯୁକ୍ତ ତାଙ୍କ ଭାଉଜ ତଥା ଏନ.ଏମ. ମୁଣ୍ଡାଙ୍କ ପତ୍ନୀ ଶୋଭା ମୁଣ୍ଡାଙ୍କୁ ବେକରେ ହାଣିଦେଇଥିଲେ । ଏହି ଘଟଣାରେ ଏନ.ଏମ. ମୁଣ୍ଡା ଏବଂ ଶୋଭା ମୁଣ୍ଡାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଏନେଇ ସ୍ଥାନୀୟ ଲୋକ ତୁରନ୍ତ ବିଶ୍ରା ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଉଭୟଙ୍କ ମୃତଦେହକୁ ଜବତ କରି ରାଉରକେଲା ସରକାରୀ ହସ୍ପିଟାଲକୁ ପଠାଇଥିଲେ । ଘଟଣା ପଛରେ ଜମି ବିବାଦ ମୁଖ୍ୟ କାରଣ ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି । ଅଭିଯୁକ୍ତ ନାମଜାଙ୍ଗ ମୁଣ୍ଡାଙ୍କୁ ପୁଲିସ ଗିରଫ କରି ଆଜି ଥାନାରେ ପଚରାଉଚାର କରୁଛି ।