କନକ ବ୍ୟୁରୋ :  ଷ୍ଟ୍ରେଚରେ ଉପରେ ତୁନି ହୋଇ ପଡ଼ିଛି ନାତି । ଗେଲ ବସର ନାତି ମୁହଁକୁ ଆଉଁଶି ଦେଉଛନ୍ତି ଜେଜେମାଆ । ବାହୁନି ବାହୁନି କାନ୍ଦୁଛନ୍ତି । କେତେ ନେହୁରା ହେଉଛନ୍ତି । କେତେ କ'ଣ କହିଯାଉଛନ୍ତି । ପୁଅର ଗୋଡ଼ ପାଖରେ ଲୋଟିଯାଇଛି ମା’ ।  ହେଲେ ସେ ଏସବୁ କିଛି ଦେଖୁନି କି ତା’ କାନକୁ କିଛି ଶୁଭୁନି । କାରଣ ସେ ନିରବ, ନିଶ୍ଚଳ ଆଉ ନିସ୍ତେଜ । ସବୁଦିନ ପାଇଁ ଆଖି ବୁଝି ଦେଇଛି । ଏବେ ସେ ଏମିତି ଏକ ରାଇଜର ପଥିକ, ଯେଉଁଠୁ ଲେଉଟାଣି ନାହିଁ  । ଫେରିବାର ବାଟ ନାହିଁ ।

Advertisment

 ବଡ଼ ବାପା ପୁଅ ଭାଇର ଶୁଦ୍ଧିକ୍ରିୟା ଦିନ ଶବ ପାଲଟିଯାଇଛି ଦାଦା ପୁଅ ଭାଇ । ଏମିତି ଏକ ଦୁଃଖଦ ଖବର ଆସିଛି ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ କସେଇଁ ଗାଁରୁ । ପୋଖରୀରେ ବୁଡ଼ି ୧୦ ବର୍ଷର ସ୍ୱାଗତ୍‌ ପଲେଇଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ମୃତ ସ୍ୱାଗତଙ୍କ ବଡ଼ବାପା ପୁଅ ଭାଇ ଶିବରାମ  ପଲେଇ, ସୁରଟରେ କାମ କରୁଥିଲେ । ଗତ ୧୩ ତାରିଖରେ ବିଦ୍ୟୁତ୍‌ ଆଘାତରେ ତାଙ୍କର ଦେହାନ୍ତ ହୋଇଥିଲା।  ତାଙ୍କର ଏକାଦଶ ଦିନ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ ସ୍ୱାଗତ୍‌ । ଖୋଜାଖୋଜି କରିବାରୁ ପୋଖରୀରୁ ତାଙ୍କ ମୃତଦେହ ଉଦ୍ଧାର ମିଳିଥିଲା ।