କନକବ୍ୟୁରୋ : ମହାନଦୀ ବ୍ରିଜରୁ ଡେଇଁଲେ ଯୁବତୀ। ସମ୍ବଲପୁର ଚାଉଁରପୁର ବ୍ରିଜ ଉପରୁ ମହାନଦୀକୁ ଡେଉଁପଡିଛନ୍ତି ଯୁବତୀ । ଯୁବତୀ ଜଣଙ୍କ କେଉଁ ଅଞ୍ଚଳର ଏବଂ କ’ଣ ପାଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି, ସେନେଇ କିଛି ସୂଚନା ମିଳିପାରିନାହିଁ । ବ୍ରିଜ ଉପରୁ ଏକ ବ୍ୟାଗ ଉଦ୍ଧାର ହୋଇଛି । ବ୍ୟାଗରେ ନବମ ଶ୍ରେଣୀ ପ୍ରଶ୍ନପତ୍ର ରହିଛି । ବ୍ୟାଗରୁ ପ୍ରଶ୍ନପତ୍ର ମିଳିଥିବାରୁ ସେ ନବମ ଶ୍ରେଣୀର ଛାତ୍ରୀ ବୋଲି ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଟିମ୍ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ପାୱାର ବୋଟ ସାହାଯ୍ୟରେ ଅଗ୍ନିଶମ ଟିମ ନଦୀରେ ଖୋଜାଖୋଜି କରୁଛନ୍ତି । ବ୍ରିଜ୍ ଉପରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଯୁବତୀ କିଏ, କାହିଁକି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସେନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି ।
ସମ୍ବଲପୁରରେ ମହାନଦୀକୁ ଡେଇଁପଡିଲେ ଯୁବତୀ : କାହିଁକି ଡେଇଁଲେ, କାରଣ ଅସ୍ପଷ୍ଟ
ମହାନଦୀ ବ୍ରିଜରୁ ଡେଇଁଲେ ଯୁବତୀ । ସମ୍ବଲପୁର ଚାଉଁରପୁର ବ୍ରିଜ ଉପରୁ ମହାନଦୀକୁ ଡେଉଁପଡିଛନ୍ତି ଯୁବତୀ । ଯୁବତୀ ଜଣଙ୍କ କେଉଁ ଅଞ୍ଚଳର ଏବଂ କ’ଣ ପାଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି, ସେନେଇ କିଛି ସୂଚନା ମିଳିପାରିନାହିଁ
/kanak/media/media_files/2025/08/24/12-2025-08-24-08-34-56.jpg)