ରାଜଧାନୀର ଲଜ୍ ଭିତରେ ନିଶା ଖୁଆଇ ଯୁବତୀଙ୍କୁ ଗଣଦୁଷ୍କର୍ମ, ଲଜ୍ କର୍ମଚାରୀଙ୍କ ସମେତ ୩ ଗିରଫ

ଲଜ୍ କର୍ମଚାରୀଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ । ଗିରଫ ପରେ ଅଭିଯୁକ୍ତମାନେ ସେମାନଙ୍କ ଦୋଷ ସ୍ବୀକାର କରିଛନ୍ତି ।

14

କନକ ବ୍ୟୁରୋ : ଭୁବନେଶ୍ବରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୩ ଗିରଫ। ଲଜ୍ ଭିତରେ ନିଶାଦ୍ରବ୍ୟ ଖୁଆଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ଲଜ୍ କର୍ମଚାରୀଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ । ଗିରଫ ପରେ ଅଭିଯୁକ୍ତମାନେ ସେମାନଙ୍କ ଦୋଷ ସ୍ବୀକାର କରିଛନ୍ତି । ଗିରଫ ୩ ଅଭିଯୁକ୍ତଙ୍କ ଘର ଜଗତସିଂହପୁର ପୁଅ ଅଞ୍ଚଳର । ଅଭିଯୁକ୍ତ ଚନ୍ଦନ ହାତୀ ଓ ପ୍ରସନ୍ନ କୁମାର ଆଚାର୍ଯ୍ୟ  ଜଗତସିଂହପୁର ବିରିଡ଼ି ଥାନା ଚାଷୀଖଣ୍ଡ ଅଞ୍ଚଳର । ସେହିପରି ଲଜରେ କାମ କରୁଥିବା ଜଗତସିଂହପୁର ଅଞ୍ଚଳର ରାଜେଶ ଦାଶକୁ ମଧ୍ୟ ଗିରଫ କରିଛି ପୁଲିସ । ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ। 

ଲଜରେ ନିଶା ଦେଇ ଗଣଦୁଷ୍କର୍ମ
କଣ୍ଠଶିଳ୍ପୀ କରିବାକୁ ସୁଯୋଗ ଦେବା କହି ଦୁର୍ବ୍ୟବହାର
ସଂଗୀତ ନିର୍ଦ୍ଦେଶକଙ୍କୁ ଭେଟାଇବାକୁ କହି ଲଜକୁ ନେଇଥିଲେ
ସୁଯୋଗ ଦେବା ବଦଳରେ ନିଶା ଦେଇ ଦୁର୍ବ୍ୟବହାର କଲେ
ଚନ୍ଦ୍ରଶେଖରପୁର ଅଞ୍ଚଳର ଘଟଣାକୁ ନେଇ ପୁଲିସର  ଖୋଳତାଡ଼
୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ମହିଳା ଥାନା ପୁଲିସର  
ଚନ୍ଦନ ହାତୀ ଓରଫ ଚାନ୍ଦୁ, ପ୍ରସନ୍ନ ଆଚାର୍ଯ୍ୟ  ଓ ରାଜେଶ ଦାସ ଗିରଫ
ଗତ ୧୦ ତାରିଖରେ ସଂଗୀତଜ୍ଞଙ୍କୁ ଭେଟ କରାଇବାକୁ କହିଥିଲେ
ଦିନ ପ୍ରାୟ ୧୨ଟାରେ ଏକ ଲଜକୁ ନେଇଯାଇଥିଲେ
ଚନ୍ଦନ ଏବଂ ସହଯୋଗୀ ତାଙ୍କୁ ନିର୍ୟାତନା ଦେଇଥିଲେ
ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ମିଥ୍ୟା ବାହାନା ଦେଖାଇ ପ୍ରଲୋଭିତ କରିଥିଲେ
ନିଶାଦ୍ରବ୍ୟ ଖୁଆଇ ବଳପୂର୍ବକ ଏକ ଲଜ୍‌ ରୁମରେ ବନ୍ଦୀ କରି ରଖିଥିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe