କନକ ବ୍ୟୁରୋ: ଥାନାରେ ବିଷ ପିଇଲେ ଯୁବତୀ । ଅଭିଯୋଗର ତୁରନ୍ତ ପଦକ୍ଷେପ ଦାବିରେ ଆପଣାଇଲେ ଭିନ୍ନ ରାସ୍ତା । ନୟାଗଡ଼ ଜିଲ୍ଲା ଇଟାମାଟି ଥାନାରେ ଘଟିଛି ଅଘଟଣ । ସୂଚନା ଅନୁସାରେ, ସ୍ଥାନୀୟ ଶରଧାପୁର ଗାଁ’ର ଜଣେ ଯୁବତୀ ସେହି ଗାଁର ଜଣେ ଯୁବକଙ୍କୁ ଭଲ ପାଉଥିଲେ । ଗତ ଫେବୃଆରିରେ ସମ୍ପୃକ୍ତ ଯୁବକ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ସେହି ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବେଳେ କିଛି ଦିନ ପରେ ଯୁବକ ଜଣକ ଜାମିନରେ ଆସିଥିଲେ। ଘଟଣାକୁ ନେଇ ଦୁଇ ପରିବାର ଭିତରେ ତିକ୍ତତା ରହିଥିବା ବେଳେ ରବିବାର ଗଣ୍ଡଗୋଳ ହୋଇଥିଲା । ଏ ନେଇ ଉଭୟ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ପୁଲିସ ୨ ଟି ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି । ଆଜି ସମ୍ପୃକ୍ତ ଯୁବତୀ ଥାନାକୁ ଆସି ଅନ୍ୟ ପରିବାର ଲୋକଙ୍କୁ କାହିଁକି ଗିରଫ କରାଯାଇନି ବୋଲି ପଚାରିଥିଲେ । ତଦନ୍ତ ଚାଲିଥିବା ପୋଲିସ କହିଥିବା ବେଳେ ପ୍ରତିବାଦରେ ଯୁବତୀ ଜଣକ ବିଷ ପିଇଦେଇଥିଲେ । ବର୍ତମାନ ପର୍ୟ୍ୟନ୍ତ ଯୁବତୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି ।
ଥାନା ଭିତରେ ବିଷ ପିଇଦେଲେ ଯୁବତୀ: ପ୍ରେମ ସମ୍ପର୍କକୁ ନେଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ
ନୟାଗଡ଼ ଜିଲ୍ଲା ଇଟାମାଟି ଥାନାରେ ଘଟିଛି ଅଘଟଣ । ସୂଚନା ଅନୁସାରେ, ସ୍ଥାନୀୟ ଶରଧାପୁର ଗାଁ’ର ଜଣେ ଯୁବତୀ ସେହି ଗାଁର ଜଣେ ଯୁବକଙ୍କୁ ଭଲ ପାଉଥିଲେ । ଗତ ଫେବୃଆରିରେ ସମ୍ପୃକ୍ତ ଯୁବକ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ।
/kanak/media/media_files/2025/07/21/3-2025-07-21-16-16-24.jpg)