SARPANCH Photograph: (kanak news)
କନକ ବ୍ୟୁରୋ: ସେ ସରପଞ୍ଚ ହୋଇ ସମସ୍ୟା ଶୁଣନ୍ତି, ସେ ସାଧାରଣ ମଣିଷ ଭଳି ପରିବା ବିକାଳି ସାଜନ୍ତି । ପଞ୍ଚାୟତ ଅଫିସରୁ ପରିବା ଦୋକାନ... ରାଜନୀତି ସହିତ ରାସ୍ତାକଡରେ ପରିବା ବିକୁଛନ୍ତି ଜଣେ ଯୁବ ଆଦିବାସୀ ଜନପ୍ରତିନିଧି । ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ମୋହନା ବ୍ଲକ ଲୁହାଗୁଡ଼ି ଗ୍ରାମ ପଞ୍ଚାୟତର ଯୁବ ସରପଞ୍ଚ କୈଳାଶ ବଡ଼ରଇତ । ପ୍ରଥମ କରି ସରପଞ୍ଚ ନିର୍ବାଚିତ ହେବା ପରେ ବି ସେ ତାଙ୍କ ବୃତ୍ତିକୁ କେବେ ବାଏ ବାଏ କରିନାହାନ୍ତି । ବରଂ ରାସ୍ତା କଡ଼ରେ ଖୋଲିଛନ୍ତି ଭଳି କି ଭଳି ପରିବାରର ପସରା । ବାଇଗଣ, ଝୁଡ଼ଙ୍ଗ, କଦଳୀ, କୋବି, ବିଲାତି ଏମିତି କେତେକଣ ପରିବା ଧରି ରାସ୍ତା କଡରେ ଗ୍ରାହକଙ୍କ ଅପେକ୍ଷାରେ ବସିଛନ୍ତି । ଗୋଟିଏ ପଟେ ପରିବା ବିକି ପେଟ ପୋଷୁଛନ୍ତି ଆଉ ଅନ୍ୟପଟେ ପଞ୍ଚାୟତ ଅଫିସରେ ବସି ଲୋକଙ୍କ ସମସ୍ୟା ଶୁଣୁଛନ୍ତି । ଆଉ ହସିହସି ସମୟର ଏ କର୍ତ୍ତବ୍ୟକୁ ସୁଚାରରୂପେ ପାଳନ କରୁଛନ୍ତି ସରପଞ୍ଚ ବାବୁ ।
ଆମେ ଅନେକ ଜନପ୍ରତିନିଧି ଦେଖିଛନ୍ତି କିନ୍ତୁ ଏଭଳି ଯୁବ ଜନ ପ୍ରତିନିଧିଙ୍କୁ ଦେଖି ନାହାନ୍ତି । ଯିଏ ସରପଞ୍ଚ ହୋଇ ବି ଗୋ’ ପାଳନ କୁକୁଡ଼ା ପାଳନ, ପରିବା ଚାଷ କରି ନିଜର ଜୀବିକା ନିର୍ବାହ କରୁଛନ୍ତି । ପାଖା ପାଖି ଗୋରୁ ଗାଈ ୬୦ ଟି ଥିବା ବେଳେ ୧୫୦ ରୁ ଊର୍ଦ୍ଧ୍ବ ଦେଶୀ କୁକୁଡ଼ା ପାଳନ କରି ରୋଜଗାର କରୁଛନ୍ତି ଜନପ୍ରତିନିଧି । ଲୋକଙ୍କ ସୁଖ ଦୁଃଖର ସାଥି ହୋଇ ରହି ଆସୁଥିବା ଏହି ସରପଞ୍ଚ ନିଜ କର୍ମକୁ ଖୁବ ଭଲରେ ତୁଲାଇ ଆସୁଥିବା ନେଇ ପ୍ରଶଂସା ର ପାତ୍ର ପଞ୍ଚାୟତ ବାସିନ୍ଦା କହୁଛନ୍ତି । ଥରେ ସରପଞ୍ଚ ହୋଇଗଲେ ଅନେକ ନେତା ପଇସାର ପାହାଡ ତିଆରି କରିଦେଉଥିବା ନଜିର ରହିଛି । ରାଜା ବନିଯିବା ପରେ ପ୍ରଜାଙ୍କୁ ଭୁଲିଯାଉଥିବାର ଅଭିଯୋଗ ହୁଏ । ହେଲେ ଏ ନୀରିହ, ନିଷ୍କପଟ, ନିର୍ଭେଜାଲ ହସ ହସୁଥିବା ସରପଞ୍ଚ ବାବୁ କିନ୍ତୁ ଟଙ୍କାଟିଏ ବି କାହାଠୁ ନିଅନ୍ତି ନାହିଁ । ଲୋକଙ୍କଠୁ ଲୁଟିଛନ୍ତି କେବଳ, ସ୍ନେହ, ପ୍ରେମ ଓ ଭଲପାଇବା ।
ଅଧିକ ପଢ଼ନ୍ତୁ--ପୁଟିନଙ୍କ ଗସ୍ତ ନେଇ ଏସ୍ ଜୟଶଙ୍କରଙ୍କ ବୟାନ : କୌଣସି ଦେଶ ଆମ ସମ୍ପର୍କ ଉପରେ କଟକଣା ଲଗାଇ ପାରିବେ ନାହିଁ
Follow Us