କନକ ବ୍ୟୁରୋ : ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଅବା କିଏ ନଜାଣେ । ସନ୍ଥଙ୍କ ଗୋଟିଏ ଝଲକ ଦେଖିବାକୁ ଏବଂ ପ୍ରବଚନ ଶୁଣିବାକୁ ଭକ୍ତ ଯେତିକି ବୃନ୍ଦାବନ ଯାଉଛନ୍ତି ତା’ଠାରୁ ଅଧିକ ଲୋକ ସୋସିଆଲ୍ ମିଡିଆରେ ତାଙ୍କର ପ୍ରବଚନ ଭିଡିଓ ଦେଖି ଆଧ୍ୟାତ୍ମିକ ମାର୍ଗରେ ଅଗ୍ରସର ହେଉଛନ୍ତି । ତେବେ ଯଦି ଆପଣ ସନ୍ଥଙ୍କ ଭିଡିଓ ଦେଖିଥିବେ ତା’ହେଲେ ନିହାତି ଯାଣିଥିବେ ଯେ ପ୍ରେମାନନ୍ଦ ମହାରାଜଙ୍କ ୨ ଟି ଯାକ କିଡନି ଫେଲ୍ ହୋଇସାରିଛି । ୨ ଟି କିଡନି ଫେଲ୍ ହେବା ସତ୍ତ୍ବେ ସେ କିଭଳି ଭାବେ ଜୀବିତ ଅଛନ୍ତି ତାହା ଅଲୌକିକର ବିଷୟ ।
/filters:format(webp)/kanak/media/media_files/2025/08/25/muslim-youth-offers-kidney-2025-08-25-11-24-03.jpg)
ଅନେକ ଭକ୍ତ ତାଙ୍କୁ କିଡନି ଦାନ କରିବା ପାଇଁ ଅଗ୍ରସର ହୋଇଛନ୍ତି ଏମିତିକି ନିକଟରେ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ବାମୀ ରାଜ କୁନ୍ଦ୍ରା ମଧ୍ୟ ସନ୍ଥଙ୍କୁ କିଡନି ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ବାବା ତାଙ୍କ ବିଚାରକୁ ସମ୍ମାନ ଜଣାଇ ମନା କରିଥିଲେ । ବର୍ତ୍ତମାନ ବାବାଙ୍କୁ ନର୍ମଦାପୁରମର ଜଣେ ମୁସଲମାନ ଯୁବକ ନିଜର କିଡନି ଦାନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ମୁସଲିମ୍ ଯୁବକ ଜଣକ ନର୍ମଦାପୁରମ କଲେକ୍ଟର ଏବଂ ପ୍ରେମାନନ୍ଦ ମହାରାଜଙ୍କ ବୃନ୍ଦାବନ ସ୍ଥିତ ଆଶ୍ରମକୁ ଚିଠି ପଠାଇ ଏହି ଇଚ୍ଛା ପ୍ରକାଶ କରିଛନ୍ତି । ଚିଠିରେ ସେ ପ୍ରେମାନନ୍ଦ ମହାରାଜଙ୍କୁ ମହାନ ସନ୍ଥ କହି ହିନ୍ଦୁ-ମୁସଲମାନ ଏକତାର ପ୍ରତୀକ ବୋଲି କହିଛନ୍ତି । ଏହାସହ ଆଜିକାଲିର ଘୃଣାତ୍ମକ ପରିବେଶରେ ସେ ଏକତାର ଅନନ୍ୟ ଉଦାହରଣ ଏବଂ ଭବିଷ୍ୟତରେ ବୃନ୍ଦାବନ ଯାଇ ସନ୍ଥଙ୍କ ଦର୍ଶନ କରିବାକୁ ଚାହାନ୍ତି ବୋଲି କହିଛନ୍ତି ମୁସଲିମ୍ ଯୁବକ । ପ୍ରେମାନନ୍ଦ ମହାରାଜ ଯଦି ଅନୁମତି ଦେବେ ତା’ହେଲେ କିଡନି ଦାନ କରିବାକୁ ମଧ୍ୟ ପ୍ରସ୍ତୁତ ବୋଲି କହିଛନ୍ତି ଯୁବକ ଆରିଫ ଖାନ ଚିସ୍ତି ।
ଆରିଫ ନାମକ ଏହି ଯୁବକ ସାମ୍ପ୍ରଦାୟିକ ଏକତାର ବାର୍ତ୍ତା ଦେବା ପାଇଁ ଏହି ପଦକ୍ଷେପ ନେଇଥିବା କଥା କହିଛନ୍ତି । ସେ ଏହି ବିଷୟରେ ନର୍ମଦାପୁରମ କଲେକ୍ଟର ଏବଂ ବୃନ୍ଦାବନ ସ୍ଥିତ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ଚିଠି ପଠାଇଛନ୍ତି । ଆରିଫ ସନ୍ଥଙ୍କ ବିଚାରଧାରା ଦ୍ୱାରା ବହୁତ ପ୍ରଭାବିତ ହୋଇଛନ୍ତି ଏବଂ ତାଙ୍କୁ ଏକତାର ଉଦାହରଣ ମାନନ୍ତି ବୋଲି କହିଛନ୍ତି । ସେ ସୋସିଆଲ ମିଡିଆରୁ ପ୍ରେମାନନ୍ଦ ମହାରାଜଙ୍କ ସ୍ୱାସ୍ଥ୍ୟ ବିଷୟରେ ଜାଣିବାକୁ ପାଇଲେ ଏବଂ କିଡନି ଦାନ କରିବାକୁ ନିଷ୍ପତ୍ତି ନେଲେ । ଆରିଫ କହିଛନ୍ତି ଯେ ସେ ଭବିଷ୍ୟତରେ ବୃନ୍ଦାବନ ଯାଇ ପ୍ରେମାନନ୍ଦ ମହାରାଜଙ୍କ ଦର୍ଶନ କରିବାକୁ ଚାହାନ୍ତି । ଯଦି ସେ ଅନୁମତି ଦିଅନ୍ତି, ତେବେ ତାଙ୍କୁ ନିଜର କିଡନି ଦାନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ତେବେ ଏହି ମୁସଲିମ୍ ଯୁବକ ଜଣକ ଏକ କନସଲ୍ଟେନ୍ସି ଫାର୍ମ ଚଲାନ୍ତି ଏବଂ ଏକ NGO ମାଧ୍ୟମରେ ଅପରିଚିତ ଶବମାନଙ୍କୁ କବର ଦେବାର କାମ ମଧ୍ୟ କରନ୍ତି । ସେ ଚିଠିରେ ଲେଖିଛନ୍ତି ‘ମୁଁ ରହେ କି ନ ରହେ କିନ୍ତୁ ପ୍ରେମାନନ୍ଦ ମହାରାଜଙ୍କ ଉପସ୍ଥିତି ସମାଜ ଏବଂ ସଂସାରରେ ରହିବାର ଆବଶ୍ୟକତା ରହିଛି ।' ଯୁବକ ସନ୍ଥଙ୍କ ବଡ଼ ପ୍ରଶଂସକ ହେବା ସହ ତାଙ୍କ ବାଣୀଦ୍ୱାରା ପ୍ରେରିତ ବୋଲି ମଧ୍ୟ କୁହନ୍ତି ।